ବାରିପଦା : ସ୍ଥାନୀୟ ପୋଲିସ ପଡିଆରେ ମା’ କିଚକେଶ୍ଵରୀ ଏକାଡେମୀ ତରଫରୁ ରଜ ପର୍ବ ଉପଲକ୍ଷେ କୁନିକୁନି ପିଲାମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ରଜ ପର୍ବ ବିଷୟରେ କୁଇଜ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଅମ୍ବିକା, ହିରଣ୍ମୟ, ଲଲିତ୍, ଅଙ୍କିତ୍, ବିଦ୍ୟାଶା, ଦେବରାଜ୍, ବିଦ୍ୟାଭାରତୀ, ନିଶାନ୍ତ, ଶୀବାନି, ହିମାଲବୀର୍, ସ୍ନେହାଶିଷ, ସାଇ ସୁଭମ, କୌଶିକ, ସାନ୍ନଭି, ଭାଗ୍ୟଶ୍ରୀ, ଋଷି, ମାମିନା, ପ୍ରତ୍ୟୁଶା, କ୍ରିଷ୍ଣା, ଅଙ୍କିତା, କବିତା, ସାଇ ସିଦ୍ଧାର୍ଥ, ଦିବ୍ୟାଂଶୁ ଏବଂ ପ୍ରିୟଙ୍କା ଭାଗ ନେଇଥିଲେ I ଏହି ଉତ୍ସବର ସମସ୍ତ ପିଲାମାନେ ପୁରସ୍କୃତ ହୋଇଥିଲେ I
ମୟୂରଭଞ୍ଜ ଏଥଲେଟିକ୍ ଏସୋସିଏସନର ସମ୍ପାଦକ ବିଜୟ କୁମାର ଦାସ, କ୍ରୀଡ଼ାବିତ ଭାନୁ ପ୍ରତାପ ଭଞ୍ଜଦେଓ ଏବଂ ଏନ୍.ଆଇ.ଏସ୍ କୋଚ୍ ମନୋରଞ୍ଜନ ଜୀଉ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଦିବ୍ୟଜ୍ୟୋତି ଜୀଉ, ହିମାନୀ ପାତ୍ର, ଓମ୍ ପ୍ରକାଶ , ଶୁଭ୍ରାଂଶୁ, ମେଘା ଏବଂ ଶାନ୍ତି ଲତା ରାଜ୍ କାର୍ଯ୍ୟକ୍ରମ ପରେ ସବୁ ପିଲା ପି.ଆର୍.ଏମ୍ ପ୍ଲାନେଟୋରିୟମ୍ , ତକତପୁର ଦେଖିବାକୁ ଯାଇଥିଲେ ଏବଂ ସେଠାରେ ମହାକାଶ ଗବେଷଣା ସଂପର୍କରେ ଅବଗତ ହୋଇଥିଲେ ।
