ନାବାଳିକା ଦୁଷ୍କର୍ମ ମାମଲାରେ ପିଡିତା ପରିବାରଙ୍କୁ ସାକ୍ଷାତ କଲେ ରାଜ୍ୟ ବିଜେଡ଼ି ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ରାଜ୍ୟ
ବାରିପଦା  : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା   ଅଞ୍ଚଳରେ ଦିନ ଦ୍ୱିପ୍ରହରରେ  ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀକୁ ୪ ଯୌନପିପାଷୁ ଯୁବକ ଟେକି ନେଇ ଗଣ ଦୁଷ୍କର୍ମ କରିବା ଘଟଣା ସାରାରେ ଚାଞ୍ଚଲ୍ୟ ଖେଳାଇଛି l ଘଟଣାକୁ ନେଇ ବିଜେଡ଼ି ସୁପ୍ରିମୋ ନବିନ ପଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବିଜେଡି ଫାକ୍ଟ ଫାଇଣ୍ଡିଂ ଟିମ୍ ରାଇରଙ୍ଗପୁର ଗସ୍ତରେ ଆଜି ମଙ୍ଗଳବାର ଦିନ ଆସି ଟାଉନ ଥାନାରେ ପିଡିତା ଏବଂ ପରିବାରଙ୍କୁ ଭେଟିଥିଲେ ।କୌଣସି ନା କୌଣସି କାରଣରୁ ପଡିତା ଭୟରେ ହେଉ ଅବା ମାନସିକ ଦୁଶ୍ଚିନ୍ତାରେ ହେଉ ସଠିକ ସନ୍ତୋଷଜନକ ଉତ୍ତର ଦେଇ ନ ଥିଲା ।ପରେ ଅପରାହ୍ନରେ ଏସଡିପିଓଙ୍କ କାର୍ଯ୍ୟାଳୟରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଏସପି ବରୁଣ ଗୁଣ୍ଟୁପାଲିଙ୍କ ସହ ଆଲୋଚନା କରିଥିଲେ । ଏସ ପି ସେ କହିଥିଲେ ଜଣେ ଦକ୍ଷ ମହିଳା ଡିଏସପି ଙ୍କୁ ଘଟଣା ନେଇ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି ।ପିଡିତାଙ୍କର ପସ୍କୋ କୋର୍ଟରେ ମାଜିଷ୍ଟ୍ରେଟ ସମ୍ମୁଖରେ ୧୬୪ ବୟାନ ରେକର୍ଡ କରାଯିବ ।ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ରେ ପୂର୍ବତନ ମହିଳା କମିଶନର ମିନତି ବେହେରା,   , ଜିଲ୍ଲା ପରିଷଦ ଅଧ୍ଯକ୍ଷା ଭାରତୀ ସିଂ, ଭୂଵନେଶ୍ଵର ମେୟର  ସୁଲୋଚନା ଦାସ ,କର୍ପୋରେଟର ପ୍ରିତିନନ୍ଦା ରାଉତରାୟ, ପ୍ରାକ୍ତନ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡୀ, ପ୍ରାକ୍ତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡୀ,ପ୍ରାକ୍ତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ପ୍ରାକ୍ତନ ମୋରଡା ବିଧାୟକ ରାଜକିଶୋର ଦାସ,ପ୍ରାକ୍ତନ ବଡ଼ସାହି ବିଧାୟକ ମଣ୍ଟୁ ପାତ୍ର,  ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ଦେବାଶିଷ ମାରାଣ୍ଡି, ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି  ରାଇସେନ ମୁର୍ମୁ,ପୌରାଧ୍ଯକ୍ଷ ଅଭିଷେକ ପଟନାୟକ, ଚକ୍ରଧର ହେମ୍ବ୍ରମ,ରାଜ୍ୟ ବିଜେଡି ସମ୍ପାଦକ ନିନା ଦାସ ,ସରକାରୀ ଏପିପି ପଙ୍କଜ ଦାସ,ନାରୀ ନେତ୍ରୀ ତନୁଜା ମହାନ୍ତ, ଗୌରୀ ଦତ୍ତ, ସ୍ବରୂପ ବେହେରା,ସୁବାଷ ମଣ୍ଡଳ,ପିଙ୍କୁ ବଳ, ତିରିଂ‌ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା, ବହଳଦା ଜିଲ୍ଲା ପରିଷଦ ସଦସ୍ୟା ସୂର୍ଯ୍ୟମଣି ହାଁସଦା,ଜିଲ୍ଲାପରିଷଦ ସଦସ୍ୟା ଭଗବତୀ ମିଶ୍ର,ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ଵ୍ରମ,
ସମେତ ବହୁ ଦଳୀୟ ନେତୃବୃନ୍ଦ ସାମିଲ ହୋଇଥିଲେ ।ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଏସପି ଙ୍କୁ  କହିଥିଲେ ନାବାଳିକା ଗଣ ଦୁଷ୍କର୍ମ ଘଟଣାର ନିରପେକ୍ଷ ଓ ସ୍ବଚ୍ଛ ତଦନ୍ତ କରାଯାଉ । ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଇ କଠୋର‌ ଆଇନଗତ କାର୍ଯ୍ଯାନୁଷ୍ଠାନ ନିଆଯିବା ସହିତ ପୀଡିତା ଙ୍କୁ  ସମସ୍ତ ସରକାରୀ ସହାୟତା ତୁରନ୍ତ  ପ୍ରଦାନ କରାଯାଉ ଏବଂ ତାଙ୍କ ପରିବାରକୁ ସୁରକ୍ଷା ଦିଆଯାଉ ବୋଲି ରାଜ୍ୟ ବିଜେଡି ପ୍ରତିନିଧି ମଣ୍ଡଳ ଦାଵୀ ରଖିଥିଲା ।