ବାରିପଦା : ଓଡିଶା ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ କଟକ ଠାରେ ଅନୁଷ୍ଠିତ ୭୨ତମ ରାଜ୍ୟସ୍ତରୀୟ ଖେଳକୁଦ ଚମ୍ପିୟାନସିପରେ ମୟୁରଭଞ୍ଜ ୧୫ଟି ପଦକ ହାସଲ କରିଛି ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I
୨୦ ବର୍ଷରୁ କମ ୧୧୦ ମିଟର ହାଡଲସ ଓ ଲମ୍ବଡିଆଁରେ ବିଶ୍ୱଜିତ ଦାସ ଓ ୫ କି ମି ୱାକିଙ୍ଗରେ ସଲକ ସାୟ, ୨୩ ବର୍ଷରୁ କମ ୪୦୦ ମି ଦୌଡରେ ରାଜେଶ୍ୱରୀ ସିଂ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୨୦ ବର୍ଷରୁ କମ ୫କି ମି ୱାକିଙ୍ଗରେ ଆଶୁତୋଷ ସିଂ, ୨୩ ବର୍ଷରୁ କମ ୫ ହଜାର ମିଟର ଦୌଡରେ ଓ ୧୫୦୦ ମିଟର ଦୌଡରେ ପଙ୍କଜ ସୋରେନ, ପୁରୁଷ ବିଭାଗ ୧୦ କି ମି ୱାକିଙ୍ଗରେ ଦଲନ ଚନ୍ଦ୍ର କୁଁଅରଦେଓ ଓ ୧୦ କି ମି ଦୌଡରେ ଆସ୍ମାନ ପୂର୍ତ୍ତି ରୌପ୍ୟ ପଦକ ଏବଂ ୨୦ ବର୍ଷରୁ କମ ୧୧୦ ମି ହାଡଲସରେ ସୁରେନ୍ଦ୍ର ବାଦ୍ରା ଓ ଲମ୍ବଡିଆଁରେ ପୁଷ୍ପାବତୀ କିସ୍କୁ, ୨୩ ବର୍ଷରୁ କମ ଡେକାଥଳନରେ ରଳିଆ ମୁର୍ମୁ, ୮୦୦ମି ଦୌଡରେ ରାଜେଶ୍ୱରୀ ସିଂ, ୧୦ କି ମି ଦୌଡରେ ସାନି ଟୁଡୁ, ୩ ହଜାର ମିଟର ଟ୍ରିପଲ ଚେଜରେ ବାସୁମତୀ ସୟନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ବୋଲି ଏଥଲେଟିକ ସମ୍ପାଦକ ଅମ୍ବିକା ରାଉତ ଜଣାଇଛନ୍ତି I
ଖବର ପାଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର କର୍ମକର୍ତ୍ତା ଓ କ୍ରୀଡ଼ାପ୍ରେମୀ କୃତୀ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି I
