ବାରିପଦା : ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ରାଇରଙ୍ଗପୁର ଗସ୍ତ ପ୍ରସ୍ତୁତି ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ସ୍ତରୀୟ ସମନ୍ଵୟ ସମିତି ଵୈଠକ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି | ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରକୁ ଆସନ୍ତା ୧୯ ଓ ୨୦ ତାରିଖରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଗସ୍ତକୁ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ବୈଠକରେ ଗସ୍ତ ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା, ଯାତାୟାତ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା ଏବଂ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତିକୁ ସମସ୍ତ ବିଭାଗରସହିତ ସମସ୍ତେ ସମସ୍ତଙ୍କ ସହିତ ଟିମ୍ ଓ୍ବାର୍କ ଭଳି ସମନ୍ଵୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ।
ଏହି ବୈଠକରେ ଉପଖଣ୍ଡର ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ । ଦେଶର ଦୁଇ ପ୍ରମୁଖ ବ୍ୟକ୍ତି ଯେଭଳି ଏକ ସୁଵାର୍ତା ନେଇ ଯାଆନ୍ତି ,ସେଭଳି ସମସ୍ତେ ମିଳିମିଶି ଏକ ମନ ଏକ ପ୍ରାଣ ଦେଇ କାର୍ଯ୍ଯ କରିବେ ।ଏହି ସମନ୍ଵୟ ସମିତି ବୈଠକରେ ରାଜ୍ୟ ଶ୍ରମ କଲ୍ୟାଣ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ,ମୟୂରଭଂଜ ସାଂସଦ ନବ ଚରଣ ମାଝୀ,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ,ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର,ଉପଜିଲ୍ଲାପାଳ ଉଗ୍ରସେନ ଓରାମ ,ବରିଷ୍ଠ ଵିଜେପି ନେତା ନବୀନ ରାମ,ସାଂସଦ ପ୍ରତିନିଧି ମନୋଜ ଦାସ ଙ୍କ ସମେତ ସମସ୍ତ ପ୍ରଶାସନିକ ପଦାଧିକାରୀ ସାମିଲ ହୋଇଥିଲେ ।ଏତଦ ବ୍ୟତୀତ ରାଜ୍ୟ ପୋଲିସ ବିଭାଗର ଉଚ୍ଚ ପଦାଧିକାରୀମାନେ ରାଇରଙ୍ଗପୁର ସମେତ ,ଦାଣ୍ଡଵୋଷ,ପାହାଡ଼ପୁର ଗସ୍ତ ସମସ୍ତ ସ୍ଥିତି ଅନୁଧ୍ୟାନ କରି ଫେରି ଯାଇଛନ୍ତି । ଏଥିରେ ରାଜ୍ୟ ପୋଲିସ ବିଭାଗର ରାଜ୍ୟ ଏଡିଜିପି,ରେଲଓ୍ଵେ ଓ କୋଷ୍ଟାଲ ସିକ୍ଯୁରିଟିର ଅରୁଣ ଵୋଥ୍ରା,ଡିଜିପି ଏସ୍ ପ୍ରବୀଣ କୁମାର,ଡିଜିପି ସିଆଡି- ସିବି,କଟକ ର ବାତୁଲା ଗଙ୍ଗାଧର ଏଵଂ ମୟୂରଭଂଜ ଜିଲ୍ଲା ଏସପି ବରୁଣ ଗୁଣ୍ଟୁପାଲିଙ୍କ ସମେତ ସ୍ଥାନୀୟ ପୋଲିସର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l
