Dead body 300x173 1 150x150

ସର୍ପାଘାତରେ ନାବାଳିକା ମୃତ

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର ଯୋଡ଼ା ପୋଖରୀ ଗ୍ରାମର ଜନୈକ ନାବାଳିକା  ସର୍ପାଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଯୋଡ଼ାପୋଖରୀ ଗ୍ରାମର ଦିବା ଟୁଡୁର ୩ ଜଣ ନାବାଳିକା ଝିଅ ସୋମବାର ମଧ୍ୟ ରାତିରେ ଖାଇ ପିଇ  ସାଙ୍ଗ ହୋଇ ଖଟରେ ଶୋଇଥିଲେ ।ତଳେ ମା,ଖୁଡି  ଏବଂ ଅନ୍ୟମାନେ ଶୋଇଥିଲେ ।ହଠାତ୍ ମଧ୍ୟ ରାତ୍ରରେ ଏକ ବିଷାକ୍ତ ଚିତି ସାପ ଖଟ ଉପରେ ଚଢ଼ି ମଝିଆ ଝିଅ ବର୍ଷା ଟୁଡୁ(୧୧) ଦେହରେ ଗୋଡେଇ ହୋଇ କାମୁଡି ଥିଲା
ପିଲାଟି ଚିତ୍କାର କରି ବିଛଣାରୁ ଉଠିଥିଲା ।ପରିବାର ଲୋକେ ଝିଅର ଚିତ୍କାର ଶୁଣି ଉଠି ଦେଖନ୍ତି ତ  ସାପଟି ବିଛଣାରେ ଅଛି ।ସଙ୍ଗେ ସଙ୍ଗେ ଚିତିଟିକୁ କୌଶଳରେ ଧରିଥିଲେ ।ଝିଅଟିକୁ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପକ୍ଷରୁ ଏକ ଅପମୃତ୍ଯୁ ମାମଲା ରୁଜୁ କରାଯାଇ  ଶବ ବ୍ୟବଚ୍ଛେଦ କରାଯାଇ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ନାବାଳିକା ଜଣକ  ଵଡକୁଲେଇବିରା ଆଶ୍ରମର ଚତୁର୍ଥ ଶ୍ରେଣୀର ଛାତ୍ରୀ ।