IMG 20260529 WA0241

ଆଦିବାସୀମାନଙ୍କୁ”ବନବାସୀ ” ସମ୍ବୋଧାନ ପ୍ରତିବାଦରେ ଗୃହମନ୍ତ୍ରୀ ଅମିତ ସାହାଙ୍କ କୁଶପୁତୁଳା ଦାହ 

ରାଜ୍ୟ
ବାରିପଦା : ମେ ୨୪ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ଠାରେ ଆୟୋଜିତ ଜନଜାତି ସାଂସ୍କୃତିକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଆଦିବାସୀ ସମାଜକୁ “ବନବାସୀ” ବୋଲି ସମ୍ବୋଧନ କରିଥିବାର ସମଗ୍ର ଆଦିବାସୀ ସମାଜକୁ ଅପମାନିତ କରାଯାଇଛି । ଏହାର ପ୍ରତିବାଦରେ ସମଗ୍ର ଭାରତବର୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଙ୍କ କୁଶପୁତଳା ଦାହ କରାଯାଇଛି।
ଗୃହମନ୍ତ୍ରୀ ଆଦିବାସୀ ସମାଜର ଲୋକମାନଙ୍କୁ “ବନବାସୀ” ବୋଲି କହିଥିବା ବେଳେ, ଆଦିବାସୀମାନେ  ଏହି ଦେଶର ମୂଳ ନିବାସୀ ଆଦିବାସୀ। ତେଣୁ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଆଦିବାସୀ ସମାଜକୁ ଅପମାନିତ କରିବା ପାଇଁ ଷଡଯନ୍ତ୍ରମୂଳକ ଉଦ୍ୟମ କରିଛନ୍ତି ବୋଲି ଆଦିବାସୀମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି  ।
ଏହି ପରିପ୍ରେକ୍ଷୀରେ  ମୟୂରଭଞ୍ଜ ଜିଲ୍ଲା ଆଦିବାସୀ କଂଗ୍ରେସ  ସେଲପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ବେରେଲ ସିର୍କାଙ୍କ ନେତୃତ୍ୱରେ କଂଗ୍ରେସକର୍ମୀ ମାନଙ୍କ ଉପସ୍ଥିତିରେ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତଳା ଦାହ କରାଯାଇଅଛି  ।
ଏହି କାର୍ଯ୍ୟକ୍ରମରେ ଆଦିବାସୀ କଂଗ୍ରେସର ରାଜ୍ୟ ଉପସଭାପତି ଶ୍ରୀ ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ଓ ଜାତୀୟ ସଂଯୋଜକ ଆଦିବାସୀ କଂଗ୍ରେସ ଶ୍ରୀ ପ୍ରହ୍ଲାଦ ପୁର୍ତ୍ତି, ଆଦିବାସୀ କୃଷକ କଂଗ୍ରେସ ନେତା କିଶୋର ମହାନ୍ତ, ନଗର ସଭାପତି ଅମରଦେବ ପ୍ରଧାନ ହେମ୍ବ୍ରମ, ରାଇରଙ୍ଗପୁର ବ୍ଲକ ସଭାପତି ଶିମଲ ମାଝୀ, ଭୀମସେନ ଟୁଡୁ, ପରମେଶ୍ୱର କୋଣ୍ଡାଙ୍କେଲ, ବୁଢାନ ମାଝୀ ଓ ଖେଲାରାମ ମୁର୍ମୁ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।