IMG 20260529 WA0236

ଲଞ୍ଚ ଉଇଣ୍ଡୋଜ କମ୍ପ୍ୟୁଟର ଏଡୁକେସନ ଟ୍ରଷ୍ଟ,ଜୁନିଅର ରେଡକ୍ରସ, ସମ୍ବାଦ  ଆନୁକୁଲ୍ଯରେ ରକ୍ତଦାନ ଶିବିର

ରାଜ୍ୟ
ବାରିପଦା : ରକ୍ତଦାନ ମହତ କାମ ।ଗୋଟିଏ ୟୂନିଟ୍ ରକ୍ତରେ ୩ ଜଣ ରକ୍ତ ସଙ୍କଟ ଜୀବନ ବଞ୍ଚି ଯାଏ ।ଗ୍ରୀଷ୍ମ ଋତୁ ଚାଲିଛି ।ଲୋକେ ୪୩ ଡିଗ୍ରୀ ତାପମାତ୍ରାରେ‌ଛଟପଟ ହେଉଛନ୍ତି ।ଡାକ୍ତରଖାନା ମାନଙ୍କରେ ରକ୍ତ ସଙ୍କଟ ଦେଖା ଦେଇଛି ।ରକ୍ତ ପାଇଁ ପ୍ରସୂତି ମହିଳା, ଥାଲାସେମିଆ ରୋଗୀ, ବୟସ୍କ, ଦୁର୍ଘଟଣାଗ୍ରସ୍ତ ଲୋକମାନେ  ରକ୍ତ ପାଇଁ ବହୁ  ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ।ଏହାକୁ ଲକ୍ଷ୍ୟ କରି  ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଉଇଣ୍ଡୋଜ କମ୍ପ୍ୟୁଟର ଏଜୁକେସନ ଟ୍ରଷ୍ଟର ୧୨ ତମ ବାର୍ଷିକ  ପ୍ରତିଷ୍ଠା ଦିବସ ଉପଲକ୍ଷେ  ଏକ ରକ୍ତଦାନ ଶିବିର  ନିଜ ଶିକ୍ଷାନୁଷ୍ଠାନରେ ଆୟୋଜିତ ହୋଇଅଛି  ।
ଏହି ଶିବିର ପରିଚାଳନା କରିବାରେ  ଜୁନିଅର ରେଡକ୍ରସର ସ୍ମୃତି ରଞ୍ଜନ ପାଣି ଏବଂ ସମ୍ବାଦର ଜିଲ୍ଲା ପ୍ରତିନିଧି ତୁଷାରକାନ୍ତ ମହାନ୍ତ  ମିଳିତ ସହଯୋଗ କରିଥିଲେ । ଶିବିରକୁ  ମୁଖ୍ୟ ଅତିଥି ଭାବେ‌ ପ୍ରାକ୍ତନ ବିଆରସିସି ବିଭୁତି ଭୂଷଣ ପଲେଇ ଯୋଗଦେଇ  ଫିତାକାଟି ଶୁଭାରମ୍ଭ କରିଥିଲେ । ଏହି ରକ୍ତଦାନ ଶିବିରରେ ୧୭ ଜଣ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ । ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର  ସୁଦିବ୍ଯଲୋଚନ ସିଂ ଏବଂ କର୍ମଚାରୀ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ ।ଅନୁଷ୍ଠାନର ମୁଖ୍ୟ ଯୁବ ସମାଜସେବୀ ଦୀପକ ବେହେରା କାର୍ଯ୍ୟକ୍ରମ ସଫଳ କରିଥିବାରୁ  ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।