IMG 20260528 WA0233

ମୁଖ୍ୟମନ୍ତ୍ରୀ ଟ୍ରଫି କବାଡ଼ି ପ୍ରତିଯୋଗିତା–୨୦୨୬ 

ରାଜ୍ୟ
ବାରିପଦା : ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଓ କବାଡି ଏସୋସିଏସନ ଅଫ ଓଡିଶା, ଜିଲ୍ଲା ପ୍ରଶାସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ଆୟୋଜିତ ୧୪ ବର୍ଷରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି କବାଡି ଚାମ୍ପିୟାନସିପ ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବାଳକ ବିଭାଗରେ ୧୦ଟି ଓ ବାଳିକା ବିଭାଗରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ I
ବାଳକ ବିଭାଗରେ ମା ଅମ୍ବିକା ଫାଇଟର୍ସ (ବାରିପଦା, ବେତନଟୀ ଓ ଯଶିପୁର ବ୍ଲକ) ଲୁଲୁଙ୍ଗ ଫାଇଟର୍ସ (ମୋରଡା ଓ କୁସୁମୀ) କୁ ପରାସ୍ତ କରି ଚମ୍ପିୟାନ ହୋଇଥିବା ବେଳେ ବାଳିକା ବିଭାଗରେ ବାରିପଦା ବ୍ଲକର ଦୁର୍ଗା ୱରିୟାର୍ସ ମୋରଡା ବ୍ଲକର ଶକ୍ତି ଷ୍ଟ୍ରାଇକର୍ଷକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା I କ୍ରୀଡା ପ୍ରଶିକ୍ଷକ ସୁନୀଲ କୁମାର ମହାନ୍ତ, ଦେବକାନ୍ତ ମହାନ୍ତ, ଯଶୋବନ୍ତ ମହାନ୍ତ, ପମ୍ପାରାଣୀ ମହାନ୍ତ, ପାର୍ବତୀ ହାଣ୍ଡାହ, ଅନନ୍ଦିତା ମହାନ୍ତ ଓ ଦିବ୍ୟରଞ୍ଜନ ମହାନ୍ତ ଖେଳ ପରିଚାଳନା କରିଥିଲେ I ଆସନ୍ତା ଜୁନ ୪ ତାରିଖରୁ ୬ ତାରିଖ ମଧ୍ୟରେ ଅନୁଗୁଳ ଠାରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ ସ୍ତରୀୟ ପ୍ରତିଯୋଗିତାରେ ମୟୁରଭଞ୍ଜ ଜିଲ୍ଲା ଦଳ ଅଂଶଗ୍ରହଣ କରିବ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I