ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଓ ଫୁଟବଲ ଏସୋସିଏସନ ଅଫ ଓଡିଶା, ଜିଲ୍ଲା ପ୍ରଶାସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ଆୟୋଜିତ ୧୪ ବର୍ଷରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟାନସିପ ର ୪ର୍ଥ ଦିନରେ ଅତିଥି ଭାବେ ଯୋଗଦେଇ ଆର ଆଇ ଅଫ ପୋଲିସ ଆଲୋକ କୁମାର ସ୍ୱାଇଁ, ସାଇଣ୍ଟିଫିକ ଅଫିସର ଜୟନ୍ତ କୁମାର ମୁର୍ମୁ, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ କୁମାର ରଞ୍ଜନ ପଣ୍ଡା ଓ ପ୍ରଦୀପ କୁମାର ବେହେରା ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ I
ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମ୍ବିକା ରାଉତ ଓ ପ୍ରସନ୍ନଜିତ ମହାନ୍ତି, ରାଜେଶ ଦାସ ବରିଷ୍ଠ କ୍ରୀଡ଼ାବିତ ବିଜୟ କୁମାର ଦାସ (ମଣ୍ଟୁ ଦା) ଓ କ୍ରୀଡ଼ାବିତ ଭାନୁପ୍ରତାପ ଭଞ୍ଜଦେଓ ଉପସ୍ଥିତ ଥିଲେ I ବାଳିକା ବିଭାଗ ଫାଇନାଲ ମ୍ୟାଚରେ ସାତକୋଶିଆ, ଚଢେଇଗାଁ ଫୁଟବଲ କ୍ଲବ ୯-୦ ଗୋଲରେ ବଡ଼ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରାସ୍ତ କରି ଚମ୍ପିୟାନ ହୋଇଛି I ଦଳ ପକ୍ଷରୁ ଚୁମୁକି ନାୟକ ୪ଟି, ଶିଳ୍ପା ମହାରଣା ୩ଟି ଏବଂ ଲକ୍ଷ୍ମୀପ୍ରିୟା ନାୟକ ଓ ସୁଶିଳା ମହାରଣା ଗୋଟିଏ ଲେଖାଏଁ ଗୋଲ କରିଥିଲେ I
ବାପୁନ କୁମାର ମହାନ୍ତ, କେଶବ ସୋରେନ, ନାରାୟଣ ହାଁସଦା, ଯୁଗସେଙ୍ଗଲ ସୋରେନ, ସମ୍ରାଟ ହେମ୍ବ୍ରମ, ଲୋକନାଥ ହେମ୍ବ୍ରମ, ରବୀନ୍ଦ୍ର ଟୁଡୁ, ଅମ୍ବିକା ହେମ୍ବ୍ରମ, ସୁଭଦ୍ରା ହେମ୍ବ୍ରମ ଓ ସୋମବାରୀ ହେମ୍ବ୍ରମ ଖେଳ ପରିଚାଳନା କରିଥିଲେ I ଶ୍ରୀନିବାସ ହେମ୍ବ୍ରମ ଓ ରାଇସେନ ଟୁଡୁ ଖେଳ ପରିଚାଳନାରେ ସହଯୋଗ କରିଥିଲେ I
