Election commission 1 e1779891910943 300x175

ଜୁନ୍ ୧୮ରେ ରାଜ୍ୟସଭା ଉପନିର୍ବାଚନ : ନିର୍ବାଚନ କମିଶନ

ରାଜ୍ୟ

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି । ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ହେବ ନିର୍ବାଚନ ହେବ । ୧୮ ଜୁନରେ ହେବ ରାଜ୍ୟସଭା ଉପନିର୍ବାଚନ। ଜୁନ ୧୮ ତାରିଖ ସକାଳ ୯ ରୁ ଅପରାହ୍ନ ୪ଟା ମଧ୍ୟରେ ଭୋଟ ଗ୍ରହଣ । ଅପରାହ୍ନ ୫ ଟାରେ ଭୋଟ ଗଣତି ବୋଲି କହିଛି ECI ।

ଜୁନ୍ ୧ରେ ବିଧିବଦ୍ଧ ବିଜ୍ଞପ୍ତି ଏବଂ ୮ ରେ ନାମାଙ୍କନ ଦାଖଲର ଶେଷ ତାରିଖ । ଜୁନ୍ ୯ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୧୧ରେ ପ୍ରତ୍ୟାହାର। ଜୁନ ୧୧ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ବିଜ୍ଞପ୍ତି ଦେଇଥିଲେ । ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।