ବାରିପଦା : ଟାଟା ପାଓ୍ବାରର ଅସଲି ରୂପ ଦିନକୁ ଦିନ ପଦାକୁ ଆସୁଛି । କେଉଁଠି ଲୋ ଭୋଲଟେଜ ତ କେଉଁଠି ନିମ୍ନ ମାନର ଟ୍ରାନସଫରର୍ମର ତ କେଉଁଠି ଟାଟା ପାଓ୍ଵାର ଅଧିନସ୍ଥ ଠିକା କର୍ମଚାରୀ ଛଟେଇ ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।ଅପର ପକ୍ଷରେ ଠିକା ବିଦ୍ୟୁତ କର୍ମଚାରୀମାନେ ଧାରଣା,ଧର୍ମଘଟ,ଓ ସଂନ୍ଧ୍ୟାରେ କେଣ୍ଡେଲ ଜଳେଇ ଧର୍ମଘଟ ପାଳୁଛନ୍ତି ।ସୂଚନାଯୋଗ୍ଯ ଭାଲୁବସା ଗ୍ରାମରେ ବହୁ ବର୍ଷ ପୂର୍ବେ ଟ୍ରାନସଫର୍ମର ବସିଥିଲା ।ସେତେବେଳେ ଗ୍ରାହକ ସଂଖ୍ୟା କମ୍ ଥିଲା ।ଦିନକୁ ଦିନ ଗ୍ରାହକସଂଖ୍ଯା ବଢିଗଲେଣି ।
ସେହି ପୁରୁଣା ଟ୍ରାନ୍ସଫର୍ମର ଏବଂ ପୁରୁଣା ତାରରେ ବିଦ୍ୟୁତ ସଂଯୋଗୀକରଣ ଯୋଗୁଁ ଅଧିକାଂଶ ସମୟ ବିଦ୍ୟୁତ କାଟ୍ ହେଵା ସହ ଲୋଭୋଲଟେଜ ସମସ୍ୟା ଦେଖା ଦେଉଛି ।୪୫ ଡିଗ୍ରି ତାପମାତ୍ରାରେ ଜନଜୀବନ ଅସ୍ତଵ୍ଯସ୍ତ ।ସିଝୁଛନ୍ତି ଲୋକେ ।ଏହି ସମୟରେ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲଟେଜ ନେଇ ଭାଲୁବସା ଗ୍ରାମବାସୀ ଟିପିଏନଓଡିଏଲକୁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ ଫଳ ଶୂନ ନେଇ ବାଧ୍ୟ ହୋଇ ଭାଲୁବସା ଗ୍ରାମର ଆବାଳ ଵୃଦ୍ଧବନିତା ଜାତୀୟ ରାଜପଥ ୨୨୦ ନମ୍ବର ଅବରୋଧ କରିଥିଲେ ।ଖବର ପାଇ ପୋଲିସ ଏବଂ ଟିପିଏନଓଡିଏଲ କତୃପକ୍ଷ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାପରେ ଲୋକେ ରାସ୍ତାରୋକ ରୁ ଓହରି ଥିଲେ ।
