IMG 20260524 WA0177

ଗ୍ରୀଷ୍ମକାଳୀନ ଛଉ ନୃତ୍ୟ ଶିବିର ଉଦଘାଟିତ 

ରାଜ୍ୟ
ବାରିପଦା : ସ୍ଥାନୀୟ ଛଉ ମଣ୍ଡପରେ ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଗ୍ରୀଷ୍ମକାଳୀନ ଛଉ ନୃତ୍ୟ ଶିବିର ଉଦଘାଟିତ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ଜିଲ୍ଲା ଓକିଲ ସଂଘର ସଭାପତି ଜ୍ୟୋତିପ୍ରକାଶ ରଥ ଓ ସମ୍ପାଦକ ବିପ୍ଳବ ବାରିକ, ଆଇନଜୀବୀ କିଶୋର ମହାନ୍ତି, ଡଃ ପିନାକୀ ମହାନ୍ତି, ଯୋଗଗୁରୁ ଜ୍ୟୋତିରଞ୍ଜନ ଦାସ ଏହି ଶିବିରକୁ ଉଦଘାଟନ କରିବା ସହ ଶିବିରର ସଫଳତା କାମନା କରିଥିଲେ I
ପ୍ରତିଷ୍ଠାନର ଉପ ସଭାପତି ସୁଜାତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସନ୍ଦୀପ ବିଶୋଇ, ଅମ୍ବିକା ପ୍ରସାଦ ମହାନ୍ତି, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ନୃତ୍ୟ ଶିଳ୍ପୀ ତୃପ୍ତି ବାରିକ ପ୍ରମୁଖ ଉପସ୍ଥିତ ଥିଲେ I ଛଉ ଗୁରୁ ଶମ୍ଭୁନାଥ ଦାସଙ୍କ ନେତୃତ୍ୱରେ ଏହି ଶିବିରରେ ୫୦ଜଣ ପ୍ରଶିକ୍ଷଣ ନେବେ ଏବଂ ଏହା ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସୁଧୀର କୁମାର ନାୟକ ଜଣାଇଛନ୍ତି I