- ୯୬.୩୩% ନମ୍ବର ରଖି ପ୍ରଥମସ୍ଥାନରେ ଅଛନ୍ତି ଆକାଶ ପ୍ରଧାନ
ବାରିପଦା: ବାରିପଦା ସ୍ଥିତ ଡିଭାଇନ ହାୟର ସେକେଣ୍ଡାରୀ ସ୍କୁଲ ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରିଷଦ ଦ୍ଵାରା ପରିଚାଳିତ ହୋଇଥିବା ଯୁକ୍ତ ୨ ପରୀକ୍ଷାରେ ସମସ୍ତ ଛାତ୍ର-ଛାତ୍ରୀ ବେଶ ସଫଳତାର ସହିତ ଉତ୍ତୀର୍ଣ ହୋଇଛନ୍ତି। ପ୍ରଥମ ବ୍ୟାଚରେ ୪୨ ଜଣ ଛାତ୍ର-ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ବେଶ କୃତିତ୍ଵର ସହ ଖୁବ ଭଲ ନମ୍ବର ରଖିଛନ୍ତି ଯାହାକି ଏକ ଇତିହାସ ସୃଷ୍ଟି କରିଛି ମୟୂରଭଞ୍ଜ ଜିଲ୍ଲାରେ ।
ଛାତ୍ର-ଛାତ୍ରୀ ମାନଙ୍କ ମଧ୍ୟରୁ ୯୦%ରୁ ଅଧିକ ନମ୍ବର ରଖିଥିବା ୧୫ଜଣ ଛାତ୍ର-ଛାତ୍ରୀ ମାନଙ୍କ ମଧ୍ୟରୁ ଆକାଶ ପ୍ରଧାନ ୯୬.୩୩%, ଶୁଭମ ସ୍ଵସ୍ତିକ କର ୯୫.୫୦%, ମୋହିତ କୁମାର ହେମ୍ବ୍ରମ ୯୩.୫୦%, ସୋନାଲୀ ବେହେରା ୯୩.୩୩%,ଗଜେନ୍ଦ୍ର ସିଂ ୯୩.୧୭%, ନିଲିଶା ଜେନା ୯୩%, ସୁନୟନା ପାତ୍ର ୯୨.୮୩%, ଜସ୍ମିତ ମହାନ୍ତ ୯୨.୬୭%, ଲକ୍ଷ୍ମୀପ୍ରିୟା ରଣା ୯୨.୫୦%, ଚନ୍ଦନ ମହାନ୍ତ ୯୨%, ପ୍ରଣବ କୁମାର ଶ ୯୧.୬୧%, ତନ୍ମୟରଣା ୯୧.୩୩%, ଗଣେଶ ଚନ୍ଦ୍ର ମହାନ୍ତ ୯୦.୮୩%, ରମ୍ୟ ରଞ୍ଜନ ପାତ୍ର ୯୦.୫୦% ଏବଂ ଜିଜ୍ଞାଶୁ ଦଳେଇ ୯୦% ନମ୍ବର ରଖି ଅନୁଷ୍ଠାନ ପାଇଁ ଆଣିଛନ୍ତି ଅନେକ ଗୌରବ । ଉଲ୍ଲେଖ ଯୋଗ୍ୟ ଏହିକି ଯେ ଅନ୍ୟ ସମସ୍ତ ଛାତ୍ର-ଛାତ୍ରୀଙ୍କ ମଧ୍ୟରୁ ୮୫% ରୁ ଅଧିକ ନମ୍ବର ରଖିଛନ୍ତି ୧୬ ଜଣ , ୮୦ % ରୁ ଅଧିକ ନମ୍ବର ରଖିଛନ୍ତି ୦୬ ଜଣ ଏବଂ ୪ ଜଣ ୭୦% ରୁ ଅଧିକ ନମ୍ବର ରଖି ଗୌରବାନ୍ଵିତ କରିଛନ୍ତି ଅନୁଷ୍ଠାନ କୁ । ଡିଭାଇନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ସର ପ୍ରତିଷ୍ଠାତା ପୂର୍ଣଚନ୍ଦ୍ର ବୁଗୁଡେଇ ଛାତ୍ର-ଛାତ୍ରୀଙ୍କୁ ପରିଶ୍ରମୀ ହେବ ପାଇଁ ପରାମର୍ଶ ଦେଇଥିବା ବେଳେ ନିର୍ଦେଶକ ଇଂ ବିପ୍ଲବ ଭଞ୍ଜନ ବୁଗୁଡେଇ ଛାତ୍ର-ଛାତ୍ରୀଙ୍କର ଏହି ସଫଳତାରେ ନିଜର ଖୁସି ବ୍ୟକ୍ତ କରିବା ସହ ସେମାନଙ୍କର ସମୁଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ ।
ଅନୁଷ୍ଠାନର ଅଧ୍ୟକ୍ଷ ପ୍ର. ଦିବ୍ୟଶଙ୍କର ପାଲ ଛାତ୍ର-ଛାତ୍ରୀ ଙ୍କର କଠିନ ପରିଶ୍ରମ ଦ୍ଵାରା ପାଇଥିବା କୃତିତ୍ଵକୁ ପ୍ରଶଂସା କରିବା ସହ ସେମାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ । ଅଭିଭାବକ ଓ ଅଭିଭାବିକା ମାନେ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ମାନଙ୍କର ଉଚ୍ଚମାନର ପ୍ରୟୋଗାତ୍ମାକ ତଥା ଅତ୍ୟାଧୁନିକ ଶିକ୍ଷାଦାନର ପ୍ରଣାଳୀକୁ ଉଚ୍ଚ ପ୍ରଶଂସା କରିଥିଲେ । ବିଶେଷ ଭାବରେ ଆୟାଜିତ ହୋଇଥିବା ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତ ଛାତ୍ର-ଛାତ୍ରୀଙ୍କୁ ନିର୍ଦେଶକ ତଥା ଅଧ୍ୟକ୍ଷ ସମର୍ଦ୍ଧିତ କରିବା ସହ ତାଙ୍କ ସହ ଆସିଥିବା ଅଭିଭାବକ ତଥା ଅଭିଭାବିକା ମାନଙ୍କୁ ମଧ୍ୟ ବିଶେଷ ଭାବେ ସମ୍ମାନିତ କରଯାଇଥିଲା । ଶେଷରେ ସମସ୍ତଙ୍କ ପ୍ରଚେଷ୍ଟାକୁ ନିର୍ଦେଶକ ଭୂରି ଭୂରି ପ୍ରଶଂସା କରିଥିଲେ ।
