କଟକ: ବସରେ ଯାତାୟାତ କରୁଥିବା ଯାତ୍ରୀଙ୍କ ପକେଟକୁ ମହଙ୍ଗା ମାଡ଼। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ବଢ଼ିଲା ଘରୋଇ ବସ ଭଡ଼ା । ସାଧାରଣ ବସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି ।
ଏକ କିଲୋ ମିଟରକୁ ପୂର୍ବରୁ ୮୮ ପଇସା ଭଡ଼ା ଥିବା ବେଳେ ଏବେ ତାହା ୯୦ ପଇସାରେ ପହଞ୍ଚିଛି । ସେହିପରି ଏକ୍ସପ୍ରେସ ବସ ଭଡ଼ା କିଲୋ ମିଟର ପିଛା ୯୨ ପଇସା ଥିବା ବେଳେ ଏବେ ୯୪ ପଇସା ହୋଇଛି, ଡିଲକ୍ସ ବସ ୧ ଟଙ୍କା ୨୭ ପଇସା ଥିବା ବେଳେ ୪ ପଇସା ବୃଦ୍ଧି ପାଇ ହେଲା ୧ ଟଙ୍କା ୩୧ ପଇସା, ଏସି ଡିଲକ୍ସ ବସ ୧ ଟଙ୍କା ୫୫ ପଇସା ଥିବା ବେଳେ ୪ ପଇସା ବୃଦ୍ଧି ହୋଇ ହେଲା ୧ ଟଙ୍କା ୫୯ ପଇସା, ସୁପର୍ ଡିଲକ୍ସ ପ୍ରିମିୟମ ୨ ଟଙ୍କା ୪୧ ପଇସା ଥିବା ବେଳେ ୬ ପଇସା ବୃଦ୍ଧି ହୋଇ ୨ ଟଙ୍କା ୪୭ ପଇସା ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ।
ଏହି ବସ ଭଡା ବୃଦ୍ଧି Automatic Mechanism ଜରିଆରେ ବୃଦ୍ଧି ହୋଇଛି ବୋଲି ସୂଚନା ଦେଇଛନ୍ତି । ବସ ଭଡା ବୃଦ୍ଧି ହେଲା ପରେ ଏବେ ପ୍ରତ୍ୟେକ ବସର ଟିକେଟ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ।
