Dharmendra pradhan

ଏଣିକି ଓଏମ୍ଆର ସିଟ୍ ବଦଳରେ ଅନଲାଇନ ହେବ ନିଟ୍ ପରୀକ୍ଷା

ଦେଶ - ବିଦେଶ

ନୂଆଦିଲ୍ଲୀ : ନିଟ୍ ପେପର ଲିକ୍ ପ୍ରସଙ୍ଗରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ବୟାନ ଦେଇଛନ୍ତି । ସେ କହିଛନ୍ତି, ସରକାରଙ୍କ ପ୍ରାଥମିକତା ହେଉଛି ଛାତ୍ରଛାତ୍ରୀଙ୍କ କଲ୍ୟାଣ । କିଛି ଲୋକ ସୋସିଆଲ ମିଡିଆରେ ଭ୍ରମ ସୃଷ୍ଟି କରୁଛନ୍ତି । ଆସନ୍ତା ବର୍ଷ ଠାରୁ ନିଟ୍ ପରୀକ୍ଷାରେ ବଡ଼ ପରିବର୍ତ୍ତନ ହେବ । ନିଟ୍ ପରୀକ୍ଷା ଓଏମ୍ଆର ସିଟ୍ ବଦଳରେ କମ୍ପ୍ୟୁଟର ଆଧାରିତ ହେବ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏନଟିଏ ଜୁନ ୨୧ରେ ନିଟ୍ ୟୁଜି ପରୀକ୍ଷା ପୁନଃନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନେଇଛି । ପରୀକ୍ଷା ପ୍ରଥମେ ମେ’ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା । ଆମେ ଚାହୁଁନାହୁଁ ଯେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପ୍ରତି କୌଣସି ଅନ୍ୟାୟ ହେଉ । ନିଟ୍-ୟୁଜି ପରୀକ୍ଷା ପାଇଁ ନିଜର ସୁବିଧା ଅନୁସାରେ ସହର ଚୟନ ପାଇଁ ୧ ସପ୍ତାହ ସମୟ ମିଳିବ । ଆଡମିଟ୍ କାର୍ଡ ଜୁନ୍ ୧୪ରେ ଜାରି ହେବ । ସରକାରଙ୍କ ପ୍ରାଥମିକତା ହେଉଛି ଛାତ୍ରଛାତ୍ରୀଙ୍କ କଲ୍ୟାଣ । ଏହି ପରୀକ୍ଷା ମାଫିଆ ଏବଂ ଅସାମାଜିକ ଲୋକ ପାଇଁ ଏକ ଲଢେଇ । ସରକାର ଏହାର ଯାଞ୍ଚ ସିବିଆଇକୁ ଦିଆଯାଇଛି ।

ନିଟ୍ ୟୁଜି ପରୀକ୍ଷା ଏବେ ଜୁନ୍ ୨୧ ତାରିଖରେ ପୁନଃନିର୍ଦ୍ଧାରିତ ହେବ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଶୁକ୍ରବାର ନୂତନ ପରୀକ୍ଷା ତାରିଖ ଘୋଷଣା କରିଛି । ଏହି ପରୀକ୍ଷା ପୂର୍ବରୁ ମେ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ପେପର୍ ଲିକ୍ ଯୋଗୁଁ ଏହାକୁ ବାତିଲ କରାଯାଇଥିଲା ।