IMG 20260511 WA0192

ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ମୟୁରଭଞ୍ଜ ଗାନ୍ଧୀ ଶରତ ଚନ୍ଦ୍ର ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ 

ରାଜ୍ୟ
ବାରିପଦା : ମୟୂରଭଞ୍ଜ ପ୍ରଜା ମଣ୍ଡଳ ଆନ୍ଦୋଳନର ମୁଖ୍ୟ ତଥା ଭାରତ ସ୍ୱାଧୀନତା ପରେ ସ୍ୱାଧୀନ ମୟୁରଭଞ୍ଜ ରାଜ୍ୟର ପ୍ରଧାନମନ୍ତ୍ରୀ ମୟୁରଭଞ୍ଜ ଗାନ୍ଧୀ ବୋଲାଉଥିବା ସ୍ବର୍ଗତ ଶରତ ଚନ୍ଦ୍ର ଦାସଙ୍କ ସ୍ମୃତିରକ୍ଷା ଉଦେଶ୍ୟରେ ତାଙ୍କର ଏକ  ପ୍ରତିମୂର୍ତ୍ତି ସ୍ଥାପନା ସହ ତାଙ୍କ ଦ୍ୱାରା ନିର୍ମିତ ମୟୁରଭଞ୍ଜ ସ୍ଵରାଜ ଆଶ୍ରମର ପୁନଃରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କରାଯିବା ନିମନ୍ତେ ପାଣ୍ଠି ଯୋଗାଇ ଦେବାପାଇଁ ଆଜି ଓଡ଼ିଆ ଜାଗରଣ ମଞ୍ଚ ତରଫରୁ ଦାବୀ କରାଯାଇଅଛି l ଆଜି ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ଏକ ପ୍ରତିନିଧି ଦଳ ମଞ୍ଚର ପ୍ରତିଷ୍ଠା ସଭାପତି ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝିଙ୍କୁ ପ୍ରଦାନ କରିଛନ୍ତି|
୧୯୪୮ ମସିହା ପରେ ଶରତ ଚନ୍ଦ୍ର ଦାସ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ରାଜ୍ୟ ବିଧାନ ପରିଷଦ ଗଠନ କରିଥିଲେ ଓ ପ୍ରଜା ମାନଙ୍କ ମତ ନେଇ ରାଜ୍ୟ ଶାସନ କରୁଥିଲେ.
୧୯୪୮ ମସିହା ଅକ୍ଟୋବର ମାସ ୧୭ ତାରିଖରେ ଏହି ଗଡ଼ଜାତ ରାଜ୍ୟ ଭାରତ ସରକାରଙ୍କ ମିଶ୍ରଣ ଚୁକ୍ତିପତ୍ର ସ୍ବାକ୍ଷର କରି ଭାରତ ସହିତ ମିଶ୍ରଣ ହୋଇ ଏହା କେନ୍ଦ୍ରାଞ୍ଚଳ ଭାବେ ଶାସିତ ହୋଇଥିଲା. ପର ପର୍ଯ୍ୟାୟରେ ଓଡିଶା ସହିତ ଏହା ଏକ ଜିଲ୍ଲା ଭାବରେ ମିଶିଯାଇଥିଲା. ସେ ସମୟରେ   ଶରତଚନ୍ଦ୍ର ଦାସ ପ୍ରଧାନମନ୍ତ୍ରୀ ରୂପେ ଶାସନ ଭାର ଗ୍ରହଣ କରି ରାଜ୍ୟକୁ ଚଳେଇ ଆସୁଥିଲେ. ୧୯୪୯ ମସିହା ଜାନୁଆରୀ ୧ ତାରିଖ ଦିନ ଓଡିଶା ସରକାରଙ୍କ ସହିତ ମୟୂରଭଞ୍ଜ ମିଶିଗଲା ଏବଂ ଏହା ଏକ ଜିଲ୍ଲା ଭାବରେ ପରିଚାଳିତ ହେଲା. ଏଣୁ ଏଭଳି ଜଣେ ସ୍ୱାଧୀନତା ସଂଗ୍ରାମୀ ଙ୍କର ସ୍ମୃତିକୁ ଉଦଜୀବିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି. ଉକ୍ତ ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ଭାଗବତ ପଣ୍ଡା, ଆଇନଜୀବୀ ସତ୍ୟନାରାୟଣ ସାହୁ, ନନ୍ଦଲାଲ ସିଂହ, ପିତାମ୍ବର ମଲ୍ଲିକ, ଗୋଲୋକ ମହାନ୍ତି ପ୍ରମୁଖ ସାମିଲ ଥିଲେ.