ବାରିପଦା : ଆଜି ବାରିପଦା ଭିଜିଲାନ୍ସ କୋର୍ଟ ର ସ୍ୱତନ୍ତ୍ର ବିଚାରପତି ପୁର୍ଣିମା ଜେନା 2020 ମସିହାରେ ରୁଜୁ ହୋଇଥିବା ଏକ ଲାଞ୍ଚ ମାମଲା ର ବିଚାର କରି ଆବଶ୍ୟକ ପ୍ରମାଣ ପତ୍ର ଅଭାବରୁ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଅଶ୍ୱନୀ କୁମାର ଦାସ ଅଧିକାରୀ ଙ୍କୁ ନିର୍ଦ୍ଧଶ ରେ ଖଲାସ କରିଛନ୍ତି l ପ୍ରାପ୍ତ ସୂଚନା ଅନୁଯାୟୀ କପ୍ତିପଦା ବିଦ୍ୟୁତ କାର୍ଯ୍ୟାଳୟରେ ଶିଶିର କୁମାର ନାୟକ ଙ୍କ ଏକ ଗାଡି ଭଡା ସୂତ୍ରରେ ଲାଗିଥିଲା l ଏହି ଗାଡିର ବିଲ କରାଇବା ପାଇଁ କନିଷ୍ଠ ଯନ୍ତ୍ରୀ ଅଶ୍ୱନୀ କୁମାର ଦାସ ଅଧିକାରୀ ପ୍ରତ୍ୟେକ ମାସ 1300 ଟଙ୍କା ଲେଖାଏଁ ନେବା ପାଇଁ ଦାବୀ କରୁଥିଲେ l
ଏ ବାବଦରେ ଶିଶିର କୁମାର ନାୟକ ବାଲେଶ୍ୱର ଭିଜିଲାନ୍ସ ଏସ ପି ଙ୍କ ନିକଟରେ ଅଭିଯୋଗ କରିଥିଲେ l ଅଭିଯୋଗ ମୁତାବକ ଭିଜିଲାନ୍ସ କେସ ନମ୍ବର 30/2020 ରେ ଏକ ମାମଲା ରୁଜୁ କରାଯିବା ସହିତ ନିଜ କାର୍ଯ୍ୟାଳୟରେ ଅଭିଯୋଗକାରୀ ଶିଶିର କୁମାର ନାୟକ ଙ୍କ ଠାରୁ 1300 ଟଙ୍କା ଲାଞ୍ଚ ନେଉଥିବା ସମୟରେ କନିଷ୍ଠ ଯନ୍ତ୍ରୀ ଅଶ୍ୱନୀ କୁମାର ଦାସ ଅଧିକାରୀ ଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ରଙ୍ଗେ ହାତ ଧରାଯାଇଥିଲା l ଉକ୍ତ କେସ କୁ ଅଭିଯୁକ୍ତ ଙ୍କ ପକ୍ଷରୁ ଆଇନଜୀବୀ କୈଳାସ ଚନ୍ଦ୍ର ସ ଏବଂ ରଘୁନାଥ ପ୍ରଧାନ ପରିଚାଳନା କରୁଥିଲେ l
