ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର ରାଇରଙ୍ଗପୁର ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ଉଗ୍ରସେନ ଓରାମ | ଆଜି ଶ୍ରୀ ଉଗ୍ରସେନ ଓରାମ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିକଟରେ ତା’ଙ୍କ ଯୋଗଦାନ ପତ୍ର ଦେବା ପରେ ରାଇରଙ୍ଗପୁର ଆସି ବାମନଘାଟି(ରାଇରଙ୍ଗପୁର) ଉପଜିଲ୍ଲାପାଳ ଭାବେ ତା’ଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
ଏହି ଅବସରରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଲାକ୍ରା, ସହକାରୀ ଜିଲ୍ଲାପାଳ ଶ୍ରୀ ସୁଧାକର ସେଠୀ, ଶ୍ରୀମତୀ ଅନିତା ରାଣୀ ମହାନ୍ତ, ଶ୍ରୀମତୀ ଅପର୍ଣ୍ଣା ଅପରାଜିତା, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଭାଗୀୟ ପଦାଧିକାରୀ ଓ କର୍ମଚାରୀବୃନ୍ଦ ଶ୍ରୀ ଓରାମଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଶୁଭଅଭିନନ୍ଦନ ଜଣାଇଛନ୍ତି ।
ପ୍ରକାଶ ଥାଉକି ଉପଜିଲ୍ଲାପାଳ ଭାବେ ଶ୍ରୀ ଓରାମଙ୍କ ଯୋଗଦାନ ପରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇ ଆସୁଥିବା ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଲାକ୍ରା ତା’ଙ୍କ ଦାୟିତ୍ୱ ନୂତନ ଉପଜିଲ୍ଲାପାଳ ଶ୍ରୀ ଓରାମକୁ ହସ୍ତାନ୍ତର କରିଛନ୍ତି।ଏଥି ପୂର୍ବରୁ ଶ୍ରୀ ଓରାମ କେନ୍ଦୁଝର ଜିଲ୍ଲା ସଦର ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ।
