IMG 20260505 WA0198

ଅଭିଷେକ ସାହୁ ମୟୂରଭଞ୍ଜ -୨ ର ବିଜେଡି ଯୁବ ସଭାପତି 

ରାଜ୍ୟ
ବାରିପଦା : ଆଗକୁ ତ୍ରିସ୍ତରୀୟ ନିର୍ବାଚନ ।ତେଣୁ ବିଜେଡି ତା’ର ସଂଗଠନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନେଉଛି ।ଆଜି ରାଜ୍ୟ ସଭାପତି ନବିନ ପଟ୍ଟନାୟକ ରାଜ୍ୟର ଯୁବ ସଂଗଠନ ତାଲିକାରେ ମୋହର ମାରିଛନ୍ତି ।ମୟୂରଭଂଜ – ୨ ଯୁବ ବିଜେଡ଼ି ସଭାପତି ଭାବେ ଅଭିଷେକ ସାହୁଙ୍କୁ ମନୋନିତ କରିଛନ୍ତି ।ଅଭିଷେକ ସାହୁ ଜଣେ ଟାଣୁଆ ଯୁବ ନେତା ।ଦିର୍ଘବର୍ଷ ଧରି ବିଜେଡ଼ି ଯେତେବେଳେ ଯାହା ଦାୟିତ୍ଵ ଦେଇଛି ସେ ନିଷ୍ଠାର ସହ ତୁଲାଇଛନ୍ତି  ।
ଅଭିଷେକ ସାହୁ କୁସୁମି ବ୍ଳକର ବାଦାମ ପାହାଡ଼ ଅଞ୍ଚଳର  ଜଣେ ଯୁବ ସମାଜସେବୀ ଭାବେ ଖୁବ  ପରିଚିତ ।ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ମୁଖ୍ଯମନ୍ତ୍ରୀ ତାଙ୍କ ଉପରେ ବିଶ୍ଵାସ ଓ ଆସ୍ଥା ରଖିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି ।ତଦସହ ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ଦେବାଶିଷ ମାରାଣ୍ଡୀ ,କାର୍ଯ୍ୟକାରୀ ସଭାପତି ରାଇସେନ ମୁର୍ମୁ ,ଜିଲ୍ଲାର ସମସ୍ତ ନେତୃବୃନ୍ଦ ,ଯୁବ ଓ ଛାତ୍ର ନେତୃଵୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।ସେ ତୃଣମୂଳ ସ୍ତରରେ ଯୁବ ଛାତ୍ରମାନଙ୍କୁ ଏକାଠି କରି ସଂଗଠନକୁ ସୁଦୃଢ କରିବେ ବୋଲି କହିଛନ୍ତି ।