Manas

କଟକ ସି.ଡି.ଏରେ ଅତ୍ୟାଧୁନିକ ଦନ୍ତ ଚିକିତ୍ସା କେନ୍ଦ୍ର “ପ୍ରୁଡେଣ୍ଟ ଆଡଭାନ୍ସ ଡେଣ୍ଟାଲ କେୟାର” ଉଦଘାଟିତ; ଶୁଭାରମ୍ଭ କଲେ ମେୟର ସୁଭାଷ ସିଂହ

Odia ରାଜ୍ୟ

କଟକ, (ମାନସ କୁମାର ନାୟକ): କଟକ ସହରବାସୀଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ଦନ୍ତ ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ସି.ଡି.ଏ ସେକ୍ଟର-୯, ଯୁଗଳ କିଶୋର ପାର୍କ ନିକଟରେ ଏକ ନୂତନ କ୍ଲିନିକ୍ “ପ୍ରୁଡେଣ୍ଟ ଆଡଭାନ୍ସ ଡେଣ୍ଟାଲ କେୟାର ଆଣ୍ଡ ଓ୍ୱେଲନେସ” (Prudent Advance Dental care and wellness) ର ଶୁଭ ଉଦ୍‌ଘାଟନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ କଟକ ମହାନଗର ନିଗମ (ସି.ଏମ.ସି)ର ମାନ୍ୟବର ମେୟର ଶ୍ରୀଯୁକ୍ତ ସୁଭାଷ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କ୍ଲିନିକ୍‌ର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ନିଜ ଅଭିଭାଷଣ ରଖି ମେୟର ଶ୍ରୀ ସିଂହ କହିଥିଲେ ଯେ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସି.ଡି.ଏ ଅଞ୍ଚଳ ଦିନକୁ ଦିନ ସମୃଦ୍ଧ ହେଉଛି। ଏଭଳି ଏକ ଅତ୍ୟାଧୁନିକ ଦନ୍ତ ଚିକିତ୍ସା କେନ୍ଦ୍ର ସ୍ଥାନୀୟ ଜନସାଧାରଣଙ୍କୁ ଉନ୍ନତମାନର ସେବା ଯୋଗାଇଦେବା ସହ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବାରେ ସହାୟକ ହେବ। ଯୁବ ଡାକ୍ତରମାନଙ୍କ ଏଭଳି ସକ୍ରିୟ ପଦକ୍ଷେପ ସ୍ଥାନୀୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ ଆଶା ପ୍ରକଟ କରିଥିଲେ।

କ୍ଲିନିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ଚିକିତ୍ସକ ଡାକ୍ତର ପ୍ରୀତି ସାମନ୍ତ ଏବଂ ଡାକ୍ତର ରୀତିକା ରଞ୍ଜନ ଓଝା ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ କ୍ଲିନିକ୍‌ର ଲକ୍ଷ୍ୟ ଓ ଅଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସେମାନେ ପ୍ରକାଶ କରିଥିଲେ ଯେ, ଏହି କେନ୍ଦ୍ରରେ ଆଧୁନିକ ଜ୍ଞାନକୌଶଳ ତଥା ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ସମସ୍ତ ପ୍ରକାର ଜଟିଳ ଦନ୍ତ ରୋଗର ଚିକିତ୍ସା କରାଯିବ। ବିଶେଷ କରି ଡିଜିଟାଲ ଡେଣ୍ଟିଷ୍ଟ୍ରି ମାଧ୍ୟମରେ ରୋଗୀଙ୍କୁ ସନ୍ତୋଷଜନକ ସେବା ଯୋଗାଇଦେବାକୁ ସେମାନେ ପ୍ରତିଶ୍ରୁତିବଦ୍ଧ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ଉଭୟ ଡାକ୍ତରଙ୍କୁ ଅଭିନନ୍ଦନ ଜଣାଇବା ସହ କ୍ଲିନିକ୍‌ର ସଫଳତା କାମନା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଏଭଳି ଏକ ସୁବିଧା ଉପଲବ୍ଧ ହୋଇଥିବାରୁ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।