ବାରିପଦ: ଏପ୍ରିଲ 21 ତାରିଖରେ ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ନିମିତ୍ତ ସମୀକ୍ଷା ବୈଠକ ସ୍ଥାନୀୟ ପୌରପରିଷଦ ଅତିଥିଶାଳାରେ ଅନୁଷ୍ଠିତ ହୋଇ ଯାଇଛି l ବିଶ୍ୱପ୍ରତିମୂର୍ତ୍ତି ସଫେଇ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ସେବାନିବୃତ୍ତ ପୁଲିସ ଅଧିକାରୀ ଦୁର୍ଗାପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଚଳିତ ବର୍ଷ ଆମେ ମୟୂରଭଞ୍ଜିଆ ସଂଗଠନ ଆହ୍ୱାନରେ ଜିଲ୍ଲା, ଜିଲ୍ଲା ବାହାରେ, ଦେଶର ବିଭିନ୍ନ ରାଜ୍ୟରେ ଏବଂ ବିଦେଶରେ ବିଭିନ୍ନ ସ୍ଥାନରେ ହେବାକୁ ଥିବା ବନ୍ଦେ ବରପୁତ୍ରମ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆ ଯାଇଥିଲା l ଆଗାମୀ 21 ତାରିଖରେ ସବୁଠି ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନାର ସହିତ ସଂସ୍କୃତିପ୍ରେମୀ, ବୁଦ୍ଧିଜୀବୀ ଓ ସ୍କୁଲ କଲେଜ ଛାତ୍ର ଛାତ୍ରୀ ବନ୍ଦେ ବରପୁତ୍ରମ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ସହିତ ଭକ୍ତିପୂତ ସମ୍ମାନ ପ୍ରଦର୍ଶନ କରିବେ ବୋଲି ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଦିବସର ସଂଯୋଜକ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ସୂଚନା ଦେବା ସହ ବାରିପଦା ତଥା ଜିଲ୍ଲାରେ ଶତାଧିକ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସଫେଇ ଓ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କହିଥିଲେ l
ଏହି ଅବସରରେ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ସକାଳ ସାଢେ 6ଟା ରେ ଷ୍ଟେସନ ରୋଡ଼ ଠାରୁ ବାହାରି କୃଷ୍ଣ ଚନ୍ଦ୍ର ଗୋଲେଇ, ମାର୍କେଟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିବ l ସେଠାରେ ପ୍ରଥମେ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତି ସଫେଇ ଓ ସାମୁହିକ ମାଲ୍ୟାର୍ପଣ ପରେ ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟ ସହ ବରପୁତ୍ରଙ୍କ ସ୍ମୃତିଚାରଣ ପରେ ସକାଳ 8ଟା 30 ସୁଦ୍ଧା ବାରିପଦା ସହରର ବିଭିନ୍ନ ସ୍ଥାନ ରେ ଥିବା ପ୍ରତିମୂର୍ତ୍ତି ସଫେଇ ପାଇଁ ବିଭିନ୍ନ ସଂଗଠନ ବାହାରିଯିବେ ବୋଲି ସୂଚନା ଦିଆ ଯାଇଛି l ଆମେ ମୟୂରଭଞ୍ଜିଆ ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତାଙ୍କ ସମେତ ସମସ୍ତ ବୁଦ୍ଧିଜୀବୀ ଙ୍କୁ ସକାଳ 7 ଟା ସୁଦ୍ଧା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚିବାକୁ ନିବେଦନ କରାଯାଇଛି l
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବରପୁତ୍ରଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିଭାବ ପ୍ରଦର୍ଶନ ନିମିତ୍ତ ୨୦୧୭ ରୁ ନିରବଛିନ୍ନ ଭାବେ ପ୍ରତିବର୍ଷ ଏପ୍ରିଲ ୨୧ ରେ ଏହି ଦିବସ ପାଳନ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଏହାକୁ ଦେଶ ବିଦେଶରେ ଅଧିକ ରୁ ଅଧିକ ସ୍ଥାନରେ ପାଳନ କରିବାକୁ ଜୋର ଦିଆ ଯାଇଛି l
