Judgement 1

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସୁବର୍ଣ୍ଣରେଖା କେନାଲ ଡିଭିଜନର ପୂର୍ବତନ କିରାଣୀ ଦଣ୍ଡିତ 

ରାଜ୍ୟ

ବାରିପଦା : ଆଜି ଶନିବାର  ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ସଂକ୍ରାନ୍ତ  ଏକ ମାମଲାର  ବିଚାରକରି ମାନ୍ୟବର ଭିଜିଲାନ୍ସ କୋର୍ଟ ର ବିଚାରପତି   ପୁର୍ଣିମା ଜେନା  ଅଭିଯୁକ୍ତ ପୂର୍ବତନ ତଥା ଅବସରପ୍ରାପ୍ତ ମୟୁରଭଜ ସୁବନ୍ନରେଖା କେନାଲ ଡିଭିଜନର କିରାଣୀ ଗୌରହରି ପାତ୍ର କୁ ଦୁର୍ନୀତି ନିବାରଣ ଆଇନ ର ବିଭିନ୍ନ ଦଫାରେ ମୋଟ 11 ବର୍ଷ  ସଶ୍ରମ କାରାଦଣ୍ଡ ସମେତ 35 ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ 11 ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି l ସେଥି ମଧ୍ୟରୁ 409 ଆପିସି ରେ ସର୍ବାଧିକ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲେଖ କରାଯାଇଅଛି l

ମାମଲାର ବିବରାଣୀରୁ ପ୍ରକାଶ ଯେ ସୁବନ୍ନରେଖା କେନାଲ ଡିଭିଜନ ରେ ଠିକାଦାର କାର୍ଯ୍ୟ କରୁଥିବା ସି ଏବଂ ଡ଼ି କ୍ଲାସ କଣ୍ଟ୍ରାକ୍ଟରମାନଙ୍କର ଲାଇସେନ୍ସ ରିନୁଆଲ ପାଇଁ ଡିପୋଜିଟ କରିଥିବା ଗୋଟିଏ ବର୍ଷ ମଧ୍ୟରେ ମୋଟ 3 ଲକ୍ଷ 14 ହଜାର ଟଙ୍କା କୁ ଆତ୍ମସାତ କରିଥିଲେ l  ଏ ବବଦରେ  ଭିଜିଲାନ୍ସ  କେସ ନମ୍ବର 18/ 2011ରେ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତ କୁ ଗିରଫ  କରି କୋର୍ଟ ଚାଲାଣ କରାଯାଇଥିଲା l   ଆଜି ସମସ୍ତ ଆବଶ୍ୟକ ପ୍ରମାଣପତ୍ର ଏବଂସମସ୍ତ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଭିଜିଲାନ୍ସ କୋର୍ଟ ପକ୍ଷରୁ ଚୁଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ  ସ୍ପେଶାଲ ପି ପି  ଶାନ୍ତନୁ କୁମାର ଦାସ ଏବଂ ଆଡିସନାଲ  କମ ସ୍ପେଶାଲ ପି ପି ଦୀପକ କୁମାର ସେଠି ପରିଚାଳନା କରୁଥିଲେ l ସୂଚନା ଯୋଗ୍ୟକି ପର୍ବରୁ ମଧ୍ଯ ଅଭିଯୁକ୍ତ ଗୌରହରି ପାତ୍ର ଅନ୍ୟ ଏକ ଭିଜିଲାନ୍ସ କେସରେ ଦଣ୍ଡିତ ହୋଇଛନ୍ତି l ଆଜି କୋର୍ଟ ରେ ଦଣ୍ଡିତ ହେବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୁବର୍ଣ୍ଣାରେଖା କେନାଲ ଡିଭିଜନ ର ଉପରିସ୍ଥ ଅଧିକାରୀ ଙ୍କୁ ତାଙ୍କର ପେନସନ କୁ ବନ୍ଦ କରିବା ପାଇଁ ସୁପାରିଶ କରାଯାଇଅଛି l