ବାରିପଦା : ଚଳିତ ବର୍ଷ ସିବିଏସଇ ବୋର୍ଡ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ରେ ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରାଇରଙ୍ଗପୁର ଅପୂର୍ବ ସଫଳତା ହାସଲ କରିଛି। ବିଦ୍ୟାଳୟର ଆଠଜଣ ଛାତ୍ରଛାତ୍ରୀ ୯୦ଶତକଡାରୁ ଉର୍ଦ୍ଧ ନମ୍ବର ରଖିଥିଲା ବେଲେ ଶତ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ଛାତ୍ର ଶ୍ରୀମାନ ଆୟୁଷ୍ମାନ ନନ୍ଦ ସର୍ବାଧିକ ୯୯.୨ଶତକଡା ନମ୍ବର ରଖିଥିଲା ବେଳେ ସୁମନଜିତ ମହାନ୍ତ(୯୫%), ରୁଭାରାଣୀ ମହାନ୍ତ(୯୩.୨%) ସ୍ବସ୍ତିକ ଶ୍ରେୟାଂଶ ଗିରି ( ୯୨.୨%) ଅକଶିତ ଦାସ ( ୯୨%) ନମ୍ବର ରଖି ବିଦ୍ୟାଳୟ ର ପ୍ରଥମ ପାଞ୍ଚ ଜଣ ପ୍ରତିଭାବାନ୍ ବିଦ୍ୟାର୍ଥୀ ଭାବେ ଗୌରବ ଅର୍ଜନ କରିଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ଏହି ସଫଳତା ପାଇଁ ଅଧ୍ୟକ୍ଷ ଶ୍ରୀ ସମଶେର ପଟେଲ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କ ପରିଶ୍ରମକୁ ଭୂୟସୀ ପ୍ରଶଂସା କରିଛନ୍ତି। ବିଦ୍ୟାଳୟର ସଫଳତାରେ ଅବିଭାବକ /ଅବିଭାବିକା ଓ ଅଞ୍ଚଳବାସୀ ଆନନ୍ଦ ପ୍ରକାଶ କରିଛନ୍ତି।
ସେହିପରି ନିକଟ ରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାରା ପ୍ରକାଶିତ ଦଶମ ବୋର୍ଡ ପରୀକ୍ଷା ଫଳାଫଳ ରେ ମୟୂରଭଂଜ ଜିଲ୍ଲାର ଏକଲବ୍ୟ ମଡେଲ ରେସିଡେନସିଆଲ ସ୍କୁଲ, ବହଳଦା ର ଛାତ୍ର /ଛାତ୍ରୀ ମାନେ ନିଜର ଦକ୍ଷ ପ୍ରତିଭା ପ୍ରଦର୍ଶନ କରି କୃତିତ୍ୱ ଅର୍ଜନ କରିଛନ୍ତି l ବିଦ୍ୟାଳୟ ର ଛାତ୍ର ଦୁଷ୍ମନ୍ତ ମାଝୀ 468/500 ମାର୍କ ସହ 93.6 ପ୍ରତିଶତ ମାର୍କ ରଖି ଏକଲବ୍ୟ ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ ରଖିବା ସହ ବିଦ୍ୟାଳୟ ରେ ପ୍ରଥମ ହୋଇଛନ୍ତି l ବିଦ୍ୟାଳୟ ର ଛାତ୍ରୀ ରାଜଶ୍ରୀ ମାଝୀ 455/500 ମାର୍କ ସହ 91 ପ୍ରତିଶତ ରଖି ବିଦ୍ୟାଳୟ ରେ ଦ୍ୱିତୀୟ ସ୍ଥାନ ରଖିଛନ୍ତି l ବିଦ୍ୟାଳୟ ର ଛାତ୍ର /ଛାତ୍ରୀ ଙ୍କ ଉତୀର୍ଣ୍ଣ ପ୍ରତିଶତ 98.5 ରହିଥିବା Star A1-2, A2-8 , B1- 25, B2- 18, C1-4 ଜଣ ଛାତ୍ର /ଛାତ୍ରୀ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l
ଏହି ସଫଳତା ପାଇଁ ଆଦିବାସୀ ସମନ୍ୱିତ ପ୍ରକଳ୍ପ ପ୍ରଶାସକ ଶ୍ରୀ ଯୋଗରଞ୍ଜନ ନାୟକ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜ୍ଞାନରଞ୍ଜନ ସାମଲ ପ୍ରମୁଖ ବିଦ୍ୟାଳୟ ର ଛାତ୍ର/ଛାତ୍ରୀ, ଶିକ୍ଷକ ତଥା ଅଧ୍ୟକ୍ଷ ଙ୍କୁ ଶୁଭେଚ୍ଛା ଜଣାଇ ଥିବା ବେଳେ ଅଧ୍ୟକ୍ଷ ବଳରାମ ବାରିକ ଉକ୍ତ ସଫଳତା କୁ ସମସ୍ତ ଶିକ୍ଷକ / ଶିକ୍ଷିକା ଙ୍କ କଠିନ ପରିଶ୍ରମ ଏବଂ ପ୍ରଶାସନ ର ସହଯୋଗ ଯୋଗୁଁ ସମ୍ଭବ ବୋଲି ପ୍ରକାଶ କରିଥିଲେ l
