IMG 20260417 WA0213

କାଳବନ୍ଧ ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣା ପ୍ରତିବାଦରେ ୧୮ରେ ବିଜେଡ଼ିର  ୧୨ ଘଣ୍ଟିଆ ହଡତାଳ

ରାଜ୍ୟ
ବାରିପଦା : ମୟୂରଭଂଜ ଜିଲ୍ଲାର ଏପ୍ରିଲ ୧୪ ତାରିଖ ଦିନ ରାସଗୋବିନ୍ଦପୁର କାଳଵନ୍ଧ ଆଶ୍ରମ ସ୍କୁଲ୍ ବିଷାକ୍ତ ଅଖାଦ୍ୟ ଖାଇ ନାବାଳିକା ରୁପାଲି ବେଶ୍ରା ଙ୍କ ମୃତ୍ୟୁ ସହ ଶତାଧିକ ଛାତ୍ରୀ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନେଇ ସାରା ଜିଲ୍ଲାରେ ଅଭିଭାବକଙ୍କ ମଧ୍ୟରେ କୋକୁଆ ଭୟ ଓ ଅସନ୍ତୋଷ ବୃଦ୍ଧି ପାଇଛି ।ଘଟଣାକୁ ନେଇ ରାଜ୍ୟ ସରକାର ୩ ଲକ୍ଷ ଟଙ୍କା ଚେକ ଦେଇ ଆରଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ପାଇଁ ପଳାଇଯାଇଛନ୍ତି । ୧୪ ତାରିଖ ଘଟଣାକୁ ନେଇ ସେତେବେଳେ  ଗ୍ରାମବାସୀ ଓ ପୋଲିସଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ  ହୋଇଛି ।ପୋଲିସ ଓ ଜନତା ଉଭୟ ଆଘାତପ୍ରାପ୍ତ ହୋଇଥିଲେ ।ଘଟଣାକୁ ନେଇ ବିଜେଡ଼ି ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଅଣ୍ଟା ଭିଡିଛି ।
ସାରା ରାଜ୍ୟରେ ସରକାରୀ ଆବାସିକ କେନ୍ଦ୍ରର ଅବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କୁ ଶାରିରୀକ , ମାନସିକ ଓ ଯୌନ ନିର୍ଯ୍ୟାତନା କିଛିମାତ୍ରାରେ ଲୋକଲୋଚନକୁ ଆସୁଥିବାବେଳେ ଲୋକ ଲଜ୍ଜାରେ ବହୁ ଘଟଣା ଚାପି ଦିଆଯାଉଛି ।ବେସରକାରୀ ଆବାସିକ କେନ୍ଦ୍ରରେ ତ ଆହୁରି ବିପର୍ଯ୍ୟସ୍ତ ବ୍ୟବସ୍ଥା ।ସରକାରଙ୍କର ସେମାନଙ୍କ ହଷ୍ଟେଲ ପରିଦର୍ଶନ,ଖାଦ୍ୟ ମାନ, ଦାୟିତ୍ବ ନିର୍ଦ୍ଧାରଣ, ପ୍ରଣାଳୀ ଗତ ସଂଶୋଧନ ପାଇଁ କିଛି ନିୟମ କାନୁନ କରି ନାହାନ୍ତି ।ଯାହାଫଳରେ କୁନିକୁନି ପିଲାଙ୍କୁ ଜୀବନ ଚାପରେ ଦୁର୍ବିସହ ପାଲଟିଛି ।କାଳଵନ୍ଧ ଆଶ୍ରମ ସ୍କୁଲର ସ୍ବର୍ଗତା ଛାତ୍ରୀ ରୁପାଲି ବେଶ୍ରା ଙ୍କ ପରିବାରଵର୍ଗ ଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଆରଡିସ ତଦନ୍ତ ପରିବର୍ତେ  ନ୍ୟାୟିକ ତଦନ୍ତ, ବିଦ୍ୟାଳୟର ଦାୟିତ୍ଵରେ ଥିବା ପ୍ରଶିକ୍ଷକ, ମେଟ୍ରୋରନ , କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଦାୟିତ୍ଯବୋଧ  ନିଦ୍ଧାରଣ, ପ୍ରଣାଳୀରେ ସଂଶୋଧନ ଆଦି ଦାବିରେ ବିଜେଡ଼ି ତରଫରୁ ଆସନ୍ତା ଶନିବାର ୧୮ ତାରିଖ ଦିନ ହରତାଳ ଡାକରା ଦିଆଯାଇଛି ।ଏହାର ଏକମାତ୍ର ଉଦ୍ଦେଶ୍ୟ ସରକାର ସଚେତନ ହେବା ସାଙ୍ଗକୁ  ପ୍ରଶାସନ ଏବଂ ସ୍କୁଲର ଶିକ୍ଷକ କର୍ମଚାରୀ ନିଜ ଦାୟିତ୍ବ ପ୍ରତି ସଚେତନ ହେବା   ବୋଲି ବିଜେଡ଼ି ଜିଲ୍ଲା ସଭାପତି ସୁଦାମ ମାରାଣ୍ଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।