IMG 20260414 WA0180

ଜଳସେବାର ମହାସମାରୋହ ଆମେ-୮୦ ଜଳ ସେବା ଆରମ୍ଭ

ରାଜ୍ୟ
ବାରିପଦା : ଜଳସେବା ର ମହା ସମାରୋହ ଆମେ-୮୦ ଜଳ ସେବା ଆରମ୍ଭ। ଆଜି ବାରିପଦା ମ୍ୟୁନିସିପାଲିଟୀ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ରାଉତ,ଆମେ ୮୦ ସଦସ୍ୟ ତଥା ଜିଲ୍ଲା ଓକିଲ ସଂଘ ସଭାପତି ଜ୍ୟୋତି ପ୍ରକାଶ ରଥ,ଆମେ ୮୦ ର ସଭ୍ୟ ସମାଜସେବୀ ଗିରିଶ ଚନ୍ଦ୍ର ଦାସ ଏହି କାର୍ଯ୍ୟ କ୍ରମ କୁ ଉଦଘାଟନ କରିଥିଲେ। ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ରୁ ଆରମ୍ଭ ହୋଇ ଜୁନ ୧୪ ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ୬୦ ଦିନ ଧରି ପ୍ରଚଣ୍ଡ ଖରା ସମୟରେ ବାରିପଦା ସହର ର ମୂଖ୍ୟ ରାସ୍ତା ରେ ପୂର୍ତ୍ତ ବିଭାଗ ଅଫିସ ସାମନା ରେ ୨୦୧୪ ମସିହା ରୁ ଏହି ଜଳସେବା ଚାଲି ଆସୁଅଛି। ପ୍ରତେକ ଦିନ ଖରା ସମୟରେ ୨୦୦୦ ରୁ ଅଧିକ ଲୋକ ସୁସ୍ବାଦୁ ଦହିପାଣି, ଜଳଜିରା ପାଣି ଓ ରସନା ପାଣି ସେବନ କରି ଏହି ଜଳସେବା ର ଲାଭ ଉଠାଇଥାନ୍ତି।
ଏକ ସୁନ୍ଦର ସ୍ୱାସ୍ଥ୍ୟ କର ପରିବେଶ ରେ ପ୍ଲାଷ୍ଟିକ ଗ୍ଲାସ୍ ପରିବର୍ତ୍ତେ କାଗଜ ଗ୍ଲାସ ବ୍ୟବହାର କରି ଏହା ସମାଜ କୁ ପରିବେଶ ସୁରକ୍ଷା ର ଏକ ସ୍ବତନ୍ତ୍ର ଅଧ୍ୟାୟ ସୃଷ୍ଟି କରିପାରିଛନ୍ତି।ଏହି ଜଳସେବା ୧୯୮୦ ମାଟ୍ରିକ ବ୍ୟାଚ୍ ର ବନ୍ଧୁ ମାନଙ୍କ ମିଳିତ  ପ୍ରୟାସ ରେ ସଫଳ ହୋଇଆସୁଅଛି।ଆଜିର ଏହି କାର୍ଯ୍ୟକ୍ରମରେ ଆମେ୮୦ ର ସଦସ୍ୟ ମାନେ ମିଳିତ ଭାବେ ପରିଚାଲନା କରିଥିଲେ।ଏହି  ଜଳସେବା ରେ ସମସ୍ତେ ପ୍ରତ୍ୟକ୍ଷ ଭାବରେ ସାମିଲ ହେବା ପାଇଁ ଆମେ ୮୦ ବନ୍ଧୁ ମାନଙ୍କ ପକ୍ଷରୁ ନିବେଦନ କରାଯାଇଛି।