20260412

ପୂର୍ବତନ କାଉନସିଲର ମନୋରମା ମହାନ୍ତିଙ୍କ ବିୟୋଗ

ରାଜ୍ୟ

ବାରିପଦା : ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ କାଉନସିଲର ମନୋରମା ମହାନ୍ତି ଙ୍କ ଆଜି ସକାଳ 8.30 ମିନିଟ ପାଖାପାଖି ସମୟରେ   ବାରିପଦା ସହରର ୱାର୍ଡ ନମ୍ବର 4 ମାର୍କେଟସ୍ଥିତ ନିଜ ବାସଭଵନରେ ଦେହାନ୍ତ ଘଟିଅଛି l ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ବୟସ ହୋଇଥିଲା l ସ୍ୱର୍ଗତ ମନୋରମା ମହାନ୍ତି ବାରିପଦା ପୌରପରିଷଦ ର ନଗରପାଳ କୃଷ୍ନାନନ୍ଦ ମହାନ୍ତି ଙ୍କ ମାତା l ସିଏ ପୂର୍ବରୁ ବାରିପଦା ପୌରପରିଷଦ ର କାଉନସିଲର ମଧ୍ଯ ଥିଲେ l ସିଏ ଜଣେ ମେଳାପି, ମିଷ୍ଟଭାସୀ ମହିଳା ଥିଲେ l ତାଙ୍କ ବିୟୋଗର ଖବର ପାଇ ବାରିପଦା ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭଵନ କୁ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ l ଆଜି ସ୍ଥାନୀୟ ବାରୁଣୀ ଶ୍ମସାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଅଛି l