Dead body 300x173 1 150x150

ବିଲରେ କାମ କରୁଥୁବା ବେଳେ ଟଳିପଡିଲେ ଚାଷୀ, ଅଂଶୁଘାତ ମୃତ୍ୟୁ ଅଭିଯୋଗ

ରାଜ୍ୟ

ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ଚଳିତ ବର୍ଷ ର ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ l ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବନ୍ଧମୁଣ୍ଡି ଗ୍ରାମର ରଘୁନାଥ ମାହାନା ନାମକ ଜଣେ ଚାଷୀ ଆଜି ଦୁଇପ୍ରହର ସମୟରେ ନିଜ ବିଲରେ କାମ କରୁଥିବା ସମୟରେ ହଠାତ ଚେତାଶୂନ୍ୟ ହୋଇ ବିଲରେ ପୋଡ଼ିଯାଇଥିଲେ l ଆଜି ଟାଣ ଖରା ଯୋଗୁଁ ବିଲରେ ଥିବା ପାଣି ମଧ୍ଯ ତାତି ଯାଇଥିଲା l ଫଳରେ ତାଙ୍କର ସେଠାରେ ମୃତ୍ୟୁ ଘିଟିଥିଲା l ତେବେ ଏହା ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବାର ପରିବାରଵର୍ଗ ଅଭିଯୋଗ କରିଛନ୍ତି l