IMG 20260403 WA0217

ଅଙ୍ଗଦାନ କରି ଉଦାହରଣ ସାଜିଲେ ସୁଚରିତା ମହାନ୍ତି 

ରାଜ୍ୟ
ବାରିପଦା : ପ୍ରାଚୀନ କାଳରୁ ସମାଜରେ ଭୂମିଦାନ, ଗୋ ଦାନ, କନ୍ୟାଦାନ, ଜଳଦାନ ଆଦି ଚଳଣି ରହିଆସିଛି I ଆଧୁନିକ ସମାଜରେ ଅତ୍ୟାଧୁନିକ ଯନ୍ତ୍ରପାତିର ଉଦ୍ଭାବନ ପରେ ରକ୍ତଦାନ ଓ ଅଙ୍ଗଦାନ କରି ଆଜି ଜଣେ ଅନ୍ୟର ଜୀବନ ବଞ୍ଚାଇବାର ସୌଭାଗ୍ୟ ଅର୍ଜନ କରିପାରୁଛି I ସେହି ଧାରାରେ ଲେଖିକା, କବି ତଥା ସମାଜସେବୀ ସୁଚରିତା ମହାନ୍ତି ପବିତ୍ର ଓଡିଶା ଦିବସ ଅବସରରେ ନିଜର ଅଙ୍ଗଦାନ କରିବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଚୁକ୍ତିନାମାରେ ସ୍ଵାକ୍ଷର କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି I ଚୁକ୍ତି ଅନୁସାରେ ସେ ତାଙ୍କ ଶରୀରର ବୃକକ, ଯକୃତ, ହୃତପିଣ୍ଡ, ଫୁସଫୁସ ଓ ଦୁଇ ଆଖିର କୋମିଆ ଦାନ କରିଛନ୍ତି I ପ୍ରକାଶ ଥାଉକି ଶ୍ରୀମତୀ ମହାନ୍ତି ବିଭିନ୍ନ ଅନୁଷ୍ଠାନ ତଥା ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା ସହ ପୁସ୍ତକ ମଧ୍ୟ ଦାନ କରିଆସୁଛନ୍ତି I ଖବର ପାଇ ଶିକ୍ଷାବିତ ଡଃ କୁମରମଣି ନାୟକ, ସମାଜସେବୀ ଡଃ ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ଭାସ୍ବତୀ ପଣ୍ଡାଙ୍କ ସମେତ ବହୁ ସାହିତ୍ୟିକ, କବି ତଥା ଶୁଭେଛୁ ତାଙ୍କର ଏହି ଦାନ ପାଇଁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି I ଏହି ମହତଦାନ ପାଇଁ ତାଙ୍କୁ ତାଙ୍କ ପୁତ୍ର ପାର୍ଥସାରଥି ମହାନ୍ତି ଓ ପରିବାର ବର୍ଗ ଉତ୍ସାହିତ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି I ନିକଟ ଭବିଷ୍ୟତରେ ସେ କର୍କଟ ରୋଗୀଙ୍କ ପାଇଁ କେଶ ଦାନ କରବା ପାଇଁ ଭୁବନେଶ୍ୱରର ଏକ ଅନୁଷ୍ଠାନ ସହ ଯୋଗାଯୋଗ କରିଛନ୍ତି ବୋଲି ଜଣାଇଛନ୍ତି I