ହଷ୍ଟେଲ ଖାଦ୍ୟ ଖାଇ ୧୫ ଛାତ୍ରୀ ଅସୁସ୍ଥ

ରାଜ୍ୟ

ବାରିପଦା : ଖାଦ୍ୟ ଖାଇ ବାଳିକା ହଷ୍ଟେଲ ର 15 ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି l ଏହିଭଳି ଏକ ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା ଭଳିଆଡିହା କିସ୍ତୁରବାଗାନ୍ଧୀ ବାଳିକା ବିଦ୍ୟାଳୟରେ l ବିଦ୍ୟାଳୟ ରେ ଥିବା ଛାତ୍ରୀ ନିବାସରେ ଆଜି ସକାଳୁ ଛାତ୍ରୀମାନେ ପ୍ରଥମେ ଜଳଖିଆ ଖାଇବା ପରେ ମଧ୍ୟାନ୍ନ ରେ ଭାତ ତରକାରୀ ଖାଇଥିଲେ l ଏହାପରେ ଛାତ୍ରୀ ନିବାସରେ ଥିବା 120 ଜଣ ଛାତ୍ରୀ ଙ୍କ ମଧ୍ୟରୁ 15 ଜଣ ଛାତ୍ରୀ ହଠାତ ଅସୁସ୍ଥ ହୋଇପଡ଼ିଥିଲେ l ସେମାନଙ୍କୁ ସ୍ଥାନୀୟ କିସାନତାଣ୍ଡି ହସପିଟାଲରେ  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଅଛି l

ଖବର ନେବାରୁ ଜଣା ପଡିଅଛି ଯେ ଗତକାଲି ରାତ୍ରୀରେ ଛାତ୍ରୀମାନେ ଅନ୍ୟ ଏକ ସ୍ଥାନକୁ ଭୋଜି ଖାଇବାକୁ ଯାଇଥିଲେ l  ଆଜି ସକାଳ ଏବଂ ମଧ୍ୟାନ୍ନ ଖାଦ୍ୟ ପରେ କୌଣସି କାରଣରୁ ହଠାତ 15 ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ l ଅନ୍ୟପଟେ ଡାକ୍ତର ଙ୍କ କହିବା ଅନୁଯାୟୀ ଏହା ଖାଦ୍ୟ ବିଷାକ୍ତକରଣ ପ୍ରକ୍ରିୟା ଜନିତ ହୋଇଥିବାରୁ ଏହିଭଳି ଘଟଣା ଘଟିଅଛି l ତେବେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଭଲ ଥିବାର ସୂଚନା ମିଳିଅଛି l