ବାରିପଦା: ସଚେତନତା ଶିବିର ନ୍ୟାସନାଲ୍ ଟ୍ରଷ୍ଟ ଅଧିନିୟମ ୧୯୯୯ ‘ବଢତେ କଦମ’ ମାଧ୍ୟମରେ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷ ମାନଙ୍କର ସମାନ ସୁବିଧା ସୁଯୋଗ ସକ୍ରିୟ ଅଂଶଗ୍ରହଣ କରିବା ନିମନ୍ତେ ଏକ ସଚେତନତା ଶିବିର ରଘୁନାଥପୁର ସ୍ଥିତ ରୋଜ ଅନୁଷ୍ଠାନ ତରଫରୁ ତା. ୩୦. ୦୩ .୨୦୨୬ ରିଖ ରେ ଆୟୋଜିତ ହୋଇଥିଲା ଏହି ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରା ସ୍ଥାନୀୟ ହରିହର ମନ୍ଦିର ନିକଟରୁ ବାହାରି ରୋଜ ଅନୁଷ୍ଠାନ ପର୍ୟ୍ୟନ୍ତ କରାଯିବଓ ସହିତ ଏକ ସଚେତନତା ସଭା ର ଆୟୋଜନ କରାଯାଇଥିଲା|
ଉକ୍ତ ସଭାରେ ମୁଖ୍ୟ ଅତିଥି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ମୟୁରଭଞ୍ଜ, ଶ୍ରୀଯୁକ୍ତ ଗୋପୀନାଥ ସଏ , ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ କବି ବିଷ୍ଣ ଶତପଥି , ସନ୍ନମାନନୀୟ ଅତିଥି ସରକାରୀ ଓକିଲ ଶ୍ରୀଯୁକ୍ତ ନରୋତ୍ତମ ପାଣିଗ୍ରାହୀ ତଥା ସନ୍ନମାନନୀୟଓ ଅତିଥି ସୁଶ୍ରୀ ହେମଓଙ୍ଗିନୀ ରାଉତ, ସାମାଜିକ କର୍ମୀ, ଶ୍ରୀଯୁକ୍ତ ଚନ୍ଦନ ଦାସ, ସଂପାଦକ ‘ରୋଜ’ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ସପନ କୁମାର ମହାନ୍ତି, ଅଧକ୍ଷ ‘ରୋଜ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ’ ବିବରଣୀ ପାଠ କରିଥିଲେ ମୁଖ୍ୟ ଅତିଥି ଙ୍କ ଦ୍ୱାରା କୄତ୍ତି ଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା , ଶ୍ରୀଯୁକ୍ତ ମନୋରଞ୍ଜନ ରଥ ଉକ୍ତ କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ ସର୍ବ ଶେଷରେ ସୁଶ୍ରୀ ହେମଙ୍ଗିନୀ ରାଉତ ଧନ୍ୟବାଦ ଅର୍ପଣ କରି ଉକ୍ତ ସଭାକୁ ସାଙ୍ଗ କରିଥିଲେ ଓ
