ବାରିପଦା : ସରକାରୀ ଉଚ୍ଚ ବିଦ୍ୟାଳୟ, ବିଜାତଳାରେ ପ୍ରଧାନଶିକ୍ଷକଙ୍କ ବୃତ୍ତିଗତ ପ୍ରଶିକ୍ଷଣ ନିମନ୍ତେ ତ୍ରିଦିବସୀୟ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ କର୍ମଶାଳା “ପ୍ରଗତି” (୨ୟ ପ୍ରଯ୍ୟାୟ) ଉଦଯାପିତ ହୋଇଯାଇଛି | ଏଥିରେ ବିଜାତଳା ବ୍ଲକର ୫୨ ଜଣ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ | ଏହି ତିନିଦିନିଆ କର୍ମଶାଳାଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବାରିପଦାର ଶିକ୍ଷକ ପ୍ରଶିକ୍ଷକ ସାଗର କୁମାର ଦଳନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି |
ଉଦଘାଟନୀ ଦିବସରେ ବିଜାତଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ କୁମାର ନନ୍ଦ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର ସାଣ୍ଡିଲଙ୍କ ଉପସ୍ଥିତରେ ଏବଂ ସଂଯୋଜକ ତଥା ସାଧନ କର୍ମୀ ସାଗର କୁମାର ଦଳନାଏକ, ସାଧନ କର୍ମୀ ଭରତେନ୍ଦୁ ମହାନ୍ତ, ସାଧନ କର୍ମୀ ଶୁଭେନ୍ଦୁ ପାତ୍ର, ସାଧନ କର୍ମୀ ରବିଶଙ୍କର ମହାପାତ୍ରଙ୍କର ଦ୍ୱାରା ତିନିଦିନଧରି କର୍ମଶାଳାଟି ସୂଚାରୁରୂପେ ପରିଚାଳିତ ହୋଇଥିଲା | ଶେଷରେ ପ୍ରଧାନ ଶିକ୍ଷକ ଭାରତ ଚନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ l ପ୍ରଶିକ୍ଷଣ ପେଟିକlଟି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ବୃତ୍ତିଗତ ବିକାଶ କରିବା, ଜାତୀୟ ଶିକ୍ଷା ନୀତି-୨୦୨୦ ର ପୁନର୍ବଳନ, ସାମଗ୍ରିକ ବିଦ୍ୟାଳୟ ବିକାଶ ପାଇଁ ୭ଟି ପରିସର ଚିହ୍ନଟକରଣ, ନେତୃତ୍ଵର ଗୁଣାତ୍ମକ କୌଶଳ ବିକାଶ କରିବା, ସମ୍ବଳର ଆକଳନ ପାଇଁ ସାଧନୀ ପ୍ରସ୍ତୁତି କରିବା, ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଉପରେ ପର୍ଯ୍ୟବେସିତ ହୋଇଥଲା I
