IMG 20260327 WA0270

ଆମେ ନାଟ୍ୟସଂସ୍ଥା ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ 

ରାଜ୍ୟ
ବାରିପଦା : ପବିତ୍ର ରାମନବମୀ ଅବସରରେ ସ୍ଥାନୀୟ ମା’ ଅମ୍ବିକା ମନ୍ଦିର ପ୍ରାଙ୍ଗଣରେ ଓଡିଶାର ଅଗ୍ରଣୀ ନାଟ୍ୟସଂସ୍ଥା ଆମେ : ବାରିପଦା ଦ୍ୱାରା ନାଟ୍ୟପ୍ରେମୀ ଓ କଳାକାରଙ୍କ ଗହଣରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି| ସଂସ୍ଥା ଦ୍ୱାରା ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ୨ୟ ବାର୍ଷିକ ଜାତୀୟ ନାଟ୍ୟ ଉତ୍ସବ ପାଇଁ ପ୍ରଥମ  ପ୍ରସ୍ତୁତି ବୈଠକ ସଭାପତି କୈଳାଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା|
ଉପ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲ ବିଶ୍ୱ ନାଟ୍ୟ ନାଟ୍ୟ ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ I ସମ୍ପାଦକ ତଥା ନାଟକ ଏବଂ ଚଳଚିତ୍ର ଜଗତର ବିଶିଷ୍ଟ ଲେଖକ, ଅଭିନେତା ଓ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ ୨ୟ ବାର୍ଷିକ ଜାତୀୟ ନାଟ୍ୟ ଉତ୍ସବର ସଫଳତା ପାଇଁ ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରିଥିଲେ I ତତସହିତ ଏହି ଉତ୍ସବର ସଫଳତା ପାଇଁ ମା’ ଅମ୍ବିକାଙ୍କ ନିକଟରେ ସମସ୍ତେ ଦୀପ ଜାଳି ପ୍ରାର୍ଥନା କରିବା ସହ ପବିତ୍ର ରାମନବମୀ ଅବସରରେ ଅର୍ଘ୍ୟ ଅର୍ପଣ କରିଥିଲେ|
ପରବର୍ତ୍ତୀ ବୈଠକରେ ଉତ୍ସବର ସମ୍ପୂର୍ଣ ରୂପରେଖ ଉପରେ ବିଷଦ ଆଲୋଚନା ହେବବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାସ ପଟ୍ଟନାୟକ ଜଣାଇଛନ୍ତି I ଶେଷରେ ସହ ସମ୍ପାଦକ ରାଜୀବ କୁମାର ପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I