IMG 20260302 WA0209

ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ;  ପ୍ଲେ ବେକ ଚାଲେଞ୍ଜର ଚମ୍ପିୟାନ 

ରାଜ୍ୟ
ବାରିପଦା : ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଉଦଯାପିତ ହୋଇଯାଇଛି I ଫାଇନାଲ ମ୍ୟାଚରେ ପ୍ଲେ ବେକ ଚାଲେଞ୍ଜର ୧୩ ରନରେ ଦାନୀ – ୧୧ କୁ ପରାସ୍ତ କରି ଏ ବର୍ଷ ଚମ୍ପିୟାନ ହୋଇଛି I ପ୍ଲେ ବେକ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୬ ଉଇକେଟ ହରାଇ ୧୪୯ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଅଞ୍ଜନ କୁମାର ତାମରେକର ୪୧, ତାପସ କୁମାର ରାଉତ ୩୭ ଓ ଶଙ୍କର ସାହୁ ୨୫ ରନ କରିଥିଲେ I ଉତ୍ତରରେ ଦାନୀ ଦଳ ୧୧. ୪ ଓଭରରେ ସମସ୍ତ ଉଇକେଟ ହରାଇ ୧୩୬ ରନ କରିପାରିଥିଲେ I ଦଳ ପକ୍ଷରୁ ସୌମ୍ୟରଞ୍ଜନ ଧଳ ୪୪ ଓ ପ୍ରବୀଣ କୁମାର ଘଣା ୩୦ ରନ କରିଥିବା ବେଳେ ବିପକ୍ଷ ଦଳର ଆଦିତ୍ୟ କୁମାର ବସା ୩ଟି ଏବଂ ସୁଵିତ ସେଠି, ସଚିନ୍ଦ୍ର ନାଏକ ଓ ଅଞ୍ଜନ କୁମାର ତାମରେକର ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଗଦାଧର ନାୟକ ଓ ଲକ୍ଷ୍ମୀଧର ସିଂ ଖେଳ ପରିଚାଳନା କରିଥିବା ବେଳେ କରନ ଖାନ ସ୍କୋରିଂରେ ସହାୟତା କରିଥିଲେ I ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ I ମ୍ୟାନ ଅଫ ଦି ମ୍ୟାଚ ଭାବେ ଅଞ୍ଜନ ତାମରେକରଙ୍କୁ ସାଇକଲ, ଶ୍ରେଷ୍ଠ ବ୍ୟାଟ୍ସମେନ ଓ ମ୍ୟାନ ଅଫ ଦି ସିରିଜ ଭାବେ ରିତୁନ ମହାନ୍ତିଙ୍କୁ ୱାସିଙ୍ଗ ମେସିନ ଓ ହିରୋ ବାଇକ, ଶ୍ରେଷ୍ଠ ବୋଲର ଭାବେ ସୁଵିତ ସେଠିଙ୍କୁ ଫ୍ରିଜ, ଶ୍ରେଷ୍ଠ ଫିଲଡର ଭାବେ ଆଦିତ୍ୟ ବସାଙ୍କୁ ସ୍ମାର୍ଟ ଘଡି ସହ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା I ଚମ୍ପିୟାନ ଦଳକୁ ୨. ୫ ଲକ୍ଷ ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୨ ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା I କମିଟିର ସଭାପତି ସୌମ୍ୟ ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ ଯୋଗ ଦେଇ ପୁରସ୍କାର ବିତରଣ କରିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, କ୍ରୀଡ଼ାବିତ ପରେଶ ମହାନ୍ତ, କ୍ରୀଡା ସଂଗଠକ ଗିରିଶ ଚନ୍ଦ୍ର ଦାସ, ସ୍ଥାନୀୟ କାଉନସିଲର ବିବେକାନନ୍ଦ ନାୟକ, ସମାଜସେବୀ ଅମର ସେଠି, ଯୁବ କଣ୍ଠଶିଳ୍ପୀ ସୌରଭ ଭଟଦ୍ୱାଜ, ପୂର୍ବତନ କ୍ରିକେଟ ଖେଳାଳି ଲଲାଟେନ୍ଦୁ ବେହେରା, ବିକ୍ରମ ମହାନ୍ତି ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ପଙ୍କଜ ମହାକୁଡ଼ ମଞ୍ଚ ପରିଚାଳନା କରିଥିଲେ I ଆୟୋଜନ କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଟୁର୍ଣ୍ଣାମେଣ୍ଟକୁ ସଫଳ କରିଥିବାରୁ ସଭାପତି ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I ପ୍ରକାଶ ଥାଉକି ଏହି ଟୁର୍ଣ୍ଣାମେଣ୍ଟରେ ଜାତୀୟ ସ୍ତରୀୟ ଟେନିସ ବଲ ଖେଳାଳି ଅଂକୁର ସିଂହ, ଜଗତ ସରକାର, ସରୋଜ ପାରମାଣିକ ଓ ଶିବମ କୁମାର ମଧ୍ୟ ଅଂଶଗ୍ରହଣ କରିଥିଲେ I
Shrutilipi ad