ବାରିପଦା: ଵିଶିଷ୍ଟ ସାମାଜିକ କର୍ମୀ ରାଇସେନ ମୁର୍ମୁ ଙ୍କ ବାସଭବନ ବୈଠକ ଗୃହରେ ଶହୀଦ ନୁଦୁରାମ ମେମୋରିଆଲ ଟ୍ରଷ୍ଟ ତରଫରୁ ନିଃଶୁଳ୍କ ୬୦ ଦିନିଆ ସେନା ଓ ପୋଲିସ ବିଭାଗରେ ନିଯୁକ୍ତି ପାଇଁ ତାଲିମ ପ୍ରଶିକ୍ଷଣ ପ୍ରସ୍ତୁତି ପାଇଁ ସାମ୍ବାଦିକ ସମ୍ମିଳନୀ ମୁଖ୍ୟ ପ୍ରତିଷ୍ଠାତା ମନୋରଞ୍ଜନ ହାଃସଦାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଟ୍ରଷ୍ଟରେ ଅଧ୍ୟକ୍ଷ ବିଜୟ ରାମ କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ମୟୂରଭଂଜ ଜିଲ୍ଲାର ଦିତୀୟ ବୃହତ୍ତମ ବାମନଘାଟୀ ଉପଖଣ୍ଡ ଭୌଗଳିକ, ଅର୍ଥନୈତିକ, ସାମାଜିକ ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ।
ଏଠାରେ ଯୁବ ମାନବ ସମ୍ବଳ ଅଧିକ ।କିନ୍ତୁ ସେମାନେ ସଠିକ ଦିଗ ଦର୍ଶନ, ପ୍ରେରଣା ପାଉ ନଥିବାରୁ ସରକାରଙ୍କ ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ବଞ୍ଚିତ ହେଉଛନ୍ତି ।ପୋଲିସ ବିଭାଗ ଓ ସେନା ବିଭାଗରେ ଏଠାକାର ଯୁବକମାନଙ୍କର ଭାଗିଦାରୀ କମ ଅଛି ।ତେଣୁ ଯୁବଶକ୍ତିକୁ ଉଚିତ ରାସ୍ତା, ସୁନେଲି ସ୍ବପ୍ନ , ମାର୍ଗ ଦର୍ଶନ, ଭବିଷ୍ୟତ କର୍ମ ସଂସ୍ଥା ଉପରେ ଦିଗଦର୍ଶନ ଦେଲେ ସେମାନେ ନିଶ୍ଚିତ ସଫଳ ହେବେ ।ତେଣୁ ଯୁବକମାନଙ୍କୁ ପୋଲିସ ଏବଂ ସେନା ବାହିନୀ ରେ ଯୋଗ ଦେବାପାଇଁ ଶାରିରୀକ,ଵୌଦ୍ଧିକ, ତାଲିମ, ସଚେତନ କରାଇବା, ଶହୀଦ ନୁଦୁରାମ ମେମୋରିଆଲ ଟ୍ରଷ୍ଟ ତରଫରୁ ଏକ ବ୍ଲୁ ପ୍ରିଣ୍ଟ କରାଯାଇଛି ବୋଲି କର୍ମକର୍ତା ବୃନ୍ଦ କହିଥିଲେ ।ଆସନ୍ତା ଅକ୍ଟୋବର ୧୦ ତାରିଖରୁ ନାମ ପଂଜିକରଣ କରାଯିବ ।
ଅକ୍ଟୋବର ୨୧ ରୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବୌଦ୍ଧିକ, ଲେଖନୀ ଓ ଶାରିରୀକ ତାଲିମ ଅଭିଜ୍ଞ ସେବା ନିବୃତ ବରିଷ୍ଠ ପୋଲିସ ଏବଂ ସେନା ପ୍ରଶାସକଙ୍କ ଦ୍ଵାରା ଦିଆଯିବ ବୋଲି ସୂଚନା ଦେଇଥିଲେ ।ତେଣୁ ଯେଉଁ ଯୁବକମାନେ ପୋଲିସ ଏବଂ ସେନା ରେ ଯୋଗ ଦେବାପାଇଁ ଇଚ୍ଛୁକ ସେମାନେ ନାମ ପଂଜିକରଣ କରିବାପାଇଁ ସଂଗଠନ ତରଫରୁ ନିବେଦନ କରାଯାଇଛି ।ଏଥିରେ ସେବା ନିବୃତ ପୋଲିସ ପ୍ରଶାସକ ରାଇସେନ ମୁର୍ମୁ, ମେଜର ମହେନ୍ଦ୍ର ମହାନ୍ତ,, ମୋଚିରାମ ମୁର୍ମୁ, ରାଇସେନ ମୁର୍ମୁ, ହରି ନାରାୟଣ ମାରାଣ୍ଡି ରବୀନ୍ଦ୍ର ମୁଖୀ, ଗୋପାଳ ଚନ୍ଦ୍ର ମହାନ୍ତି,ରଘୁନାଥ ମାଝି,ହରି ନାରାୟଣ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
