ବାରିପଦା: କୋର୍ଟ ରେ ସାକ୍ଷୀ ଦେବା ହେଲା କାଳ l ଜଣେ ଯୁବକଙ୍କୁ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ପିଟି ପିଟି ମାରିଦେଲେ ପାଞ୍ଚ ଜଣ ଲୋକ l ଏହିଭଳି ଏକ ଦୁଃଖଦ ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଗଡିଗାଁ ଠାରେ l ମୃତ ଯୁବକ ଜଣକ ହେଲେ କାହ୍ନୁ ମଢେଇ l ସୂଚନା ଯୋଗ୍ୟକି ଗତ ନଭେମ୍ବର ମାସରେ ଉଦଳା ଥାନା ଅନ୍ତର୍ଗତ ବିଶିପୁର ଗ୍ରାମରେ ସିଲିଣ୍ଡର ଚୋରୀକୁ ନେଇ ଏକ ମାମଲା ରୁଜୁ ହୋଇଥିଲା l ଉକ୍ତ ଚୋରୀ ଅଭିଯୋଗରେ ଗ୍ରାମବାସୀ ବାପି କୁହ୍ଲାର ଏବଂ କାହ୍ନୁ ମଢେଇ କୁ ଧରି ନିର୍ଘାତ ପିଟିଥିଲେ l ଫଳରେ ବାପି କୁହ୍ଲାର ର ମୃତ୍ୟୁ ଘଟିଥିଲା l ଉଦଳା ଥାନାରେ ଏ ବାବଦରେ ଏକ ହତ୍ୟା ମାମଲା ରୁଜୁ କରିବା ସହ 11 ଜଣ ଅଭିଯୁକ୍ତ କୁ ପୋଲିସ ଗିରଫ କରିଥିଲା l ଉକ୍ତ ଘଟଣାରେ କାହ୍ନୁ ମଢେଇ ଏକ ମାତ୍ର ପ୍ରତକ୍ଷ୍ୟ ସାକ୍ଷୀ ଥିଲା l ଏହାକୁ ନେଇ ଆଜି ଅଭିଯୁକ୍ତ ଙ୍କ ସମ୍ପର୍କୀୟ ଙ୍କ ସହିତ କାହ୍ନୁ ର ଯୁକ୍ତି ହୋଇଥିଲା l ଏଥିରେ ଉତ୍ୟକ୍ତ ହୋଇ ପାଞ୍ଚଜଣ କାହ୍ନୁ ଉପରେ ଆକ୍ରମଣ କରିଥିଲେ l ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିଲା l ଏ ବାବଦରେ କାହ୍ନୁ ର ପିତା ଶଶି ମଢେଇ ଙ୍କ ଅଭିଯୋଗ କ୍ରମେ ଖୁଣ୍ଟା ଥାନାରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ସି ସି ଟିଭି ଫୁଟେଜ କୁ ଆଧାର କରି ମୁଖ୍ୟ ଅଭିଯୁକ୍ତ ଦୁଲାରାମ ମୁର୍ମୁ କୁ ଅଟକ ରଖିବା ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଧରିବାକୁ ଉଦ୍ୟମ ଚଳାଇଛି l

