ବାରିପଦା : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୁରଭଞ୍ଜର ବାର୍ଷିକ ଉତ୍ସବ ପରିସରରେ ଥିବା ସଭାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ସହ ପ୍ରଧ୍ୟାପକ ଚିତ୍ରସେନ ସେଠୀ ଓ ମୁଖ୍ୟ ବକ୍ତା ଭାବେ ଉକ୍ତ ଅନୁଷ୍ଠାନର ପୁର୍ବତନ ଅଧ୍ୟକ୍ଷ ଅନାଦି ଚରଣ ବିନ୍ଧାଣି ତଥା ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନ, କଟକ ର ଅଧ୍ୟକ୍ଷ ନିରଞ୍ଜନ ସାହୁ, ମୁଣ୍ଡାରୀ ସମ୍ପ୍ରଦାୟର ଭାଷା ସଂସ୍କୃତି ଉପରେ କାର୍ଯ୍ୟରତ ନନ୍ଦଲାଲ ସିଂ ପ୍ରମୁଖ ଯୋଗଦେଇ ବାର୍ଷିକ ଉତ୍ସବର ଆଭିମୁଖ୍ୟ, ଉପାଦେୟତା ଉପରେ ଆଲୋକପାତ କରିଥିଲେ I ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଚମ୍ପାବତୀ ହାଁସଦା ବାର୍ଷିକ ବିବରଣୀ ପାଠ କରିଥିଲେ I ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା “ମୟୁର ଗଡ଼ର ବାର୍ତ୍ତା” ଅତିଥିଙ୍କ ହାତରେ ଉନ୍ମୋଚିତ ହୋଇଥିଲା I ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I ତତସହିତ ଅନୁଷ୍ଠାନର ସମସ୍ତ ଶିକ୍ଷକ ପ୍ରଶିକ୍ଷକ / ପ୍ରଶିକ୍ଷିକା, କର୍ମଚାରୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା I ଶିକ୍ଷକ ପ୍ରଶିକ୍ଷିକା ରୁପାଲୀ ରଚନା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I ଶେଷରେ ପ୍ରଥମ ଓ ଦ୍ଵିତୀୟ ବର୍ଷର ଗୁରୁ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା I
