ବାରିପଦା (୨୧/୦୨) : ବାରିପଦା ମୁନିସିପାଲିଟିର ପି ସି ପୁର କ୍ଲଷ୍ଟର ଅନ୍ତର୍ଗତ ତୁଳସୀଚଉରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷୟତ୍ରୀ ସିପ୍ରା ନାମତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ବ୍ରଜମୋହନ ମୁର୍ମୁ, ସି ଆର ସି ସି ଧନଞ୍ଜୟ ସାହୁ ଓ ପରିଚାଳନା କମିଟିର ସଭାପତି ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ |
ଦୌଡ଼ ପ୍ରତିଯୋଗିତାରେ କ୍ଷିତୀଶ ବାରିକ, ମ୍ୟୁଜିକ ଚେୟାରରେ ସୌମ୍ୟ ରଞ୍ଜନ ଗିରି, ଡିସ୍କସ ଥ୍ରୋରେ ତନ୍ମୟ ବେହେରା, ସ୍କିପିଙ୍ଗରେ ବନ୍ଦନା ସିଂ ଓ ଝୋଟିରେ ତନୁଜା କାଦରୀ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ବେଳେ ଅନ୍ୟାନ୍ୟ ଖେଳାକୁଦ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା | ଗୌତମ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ମୋନିକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା |

