ବାରିପଦା : ଓଡ଼ିଶା ସିମାନ୍ତ ଯାମଦା ବ୍ଳକ ଅନ୍ତର୍ଗତ ଜଟାପାଣି ଗ୍ରାମର ଜନୈକ ଯୁବକ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଜଟାପାଣି ଗ୍ରାମର ପ୍ରଭାସ ବରାଳ(୩୫) ଆଜି ସକାଳ ୫.୩୦ ଟା ପାଖାପାଖି ରେ ଶୌଚ ପାଇଁ ଗାଁ ମୁଣ୍ଡକୁ ଯାଇଥିଲେ ।
ଶୌଚ ସମୟରେ ପାହାଡ଼ପାଖରୁ ହଠାତ୍ ଏକ ଭାଲୁ ଆସି ଆକ୍ରମଣ କରିଥିଲା । ପ୍ରଭାସ ଭୟ ନ କରି ସାହାସ୍ ସହିତ ନିଜ ଜୀବନକୁ ରକ୍ଷା କରିବା ପାଇଁ ଭାଲୁ ସହ ଲଢ଼ି ଗଡାପଟା ହୋଇଥିଲେ । ଭାଲୁଟି ତାଙ୍କ ଛାତି କୁ ଆମ୍ପୁଡି ରକ୍ତାକ୍ତ କରିବା ସହ ହାତକୁ ଖଣ୍ଡିଆ ଖାବରା କରି ଦେଇଥିଲା ପ୍ରଭାସର ଚିତ୍କାର ଶୁଣି ପ୍ରଭାସ ର ଭାଇ ଓ ଗାଁ ଲୋକେ ଆସିବା ଫଳରେ ଭାଲୁଟି ସ୍ଥାନ ଛାଡି ଜଙ୍ଗଲ ଭିତରକୁ ପଳାଇଥିଲା ।
ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ ।ଖବର ପାଇ ବନ ବିଭାଗ ପହଞ୍ଚି ପ୍ରଭାସର ହାଲଚାଲ ବୁଝିଥିଲେ । ବନ ବିଭାଗ ତରଫରୁ ସମସ୍ତ ଚିକିତ୍ସା ଖର୍ଚ ଵହନ କରାଯିବ ବୋଲି କହିଥିଲେ ।

