ବାରିପଦା : ଗୋଟିଏ ରାତ୍ରୀରେ ପାଞ୍ଚ ଜଣଙ୍କ ଘରୁ ଲୁଟ ହୋଇଛି ଟଙ୍କା ଓ ସୁନା ଗହଣା । ଏହିଭଳି ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ମୂଷାମାରୀ ଓ ରାମଚନ୍ଦ୍ରପୁର ଗ୍ରାମରେ । ତେବେ ଏହି ଘଟଣା ଘଟିଅଛି ଥାନା ଠାରୁ ପାଖା ପାଖି ଦେଢ଼ କିଲୋମିଟର ଦୂରରେ । ମୂଷାମାରୀ ଗ୍ରାମର ଖଗେନ୍ଦ୍ର ତରେଇ ଙ୍କ ଘରୁ ଦୁଇ ଲକ୍ଷ ଟଙ୍କାର ସୁନା ଗହଣା ସମେତ ନଅ ହଜାର ଟଙ୍କା, ଶମ୍ଭୁନାଥ ତରେଇ ଙ୍କ ଘରୁ ସୁନା ଗହଣା ଓ ଟଙ୍କା, ସନ୍ତୋଷ ସାହୁ ଙ୍କ ଘରୁ ଦଶ ହଜାର ଟଙ୍କା, ଗୌରହରି ମେଡ଼ିସିନ ଦୋକାନ ରୁ ଏକ ଲକ୍ଷ ଷାଠିଏ ହଜାର ଟଙ୍କା ଏବଂ ରାମଚନ୍ଦ୍ରପୁର ଗ୍ରାମର ବଳରାମ ସାହୁ ଙ୍କ ଘରୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ସମେତ ସୁନା ଗହଣା ଚୋରି ହୋଇଥିବାର ଥାନାରେ ଅଭିଯୋଗ ହୋଇଅଛି ।
ଏ ସମସ୍ତ ପରିବାର ଲୋକେ ପାଖ ରେ ହେଉଥିବା ଜାଗର ମେଳା ଦେଖିବାକୁ ରାତ୍ରୀର ଯାଇଥିବା ବେଳେ ଚୋରମାନେ ଏହାର ସୁଯୋଗ ନେଇ ଅନାୟସରେ ଚୋରିକରି ଫେରାର ହେବାରେ ସକ୍ଷମ ହୋଇଛନ୍ତି । ରସଗୋବିନ୍ଦପୁର ଥାନା ପୋଲିସ ଘଟଣା ସ୍ଥଳରେ ପୋହଁଚି ସି ସି ଟିଭି ଫୁଟେଜ କୁ ଆଧାର କରି ତଦନ୍ତ ଜାରି ରଖିଅଛି । ସି ସି ଟିଭି ଫୁଟେଜ ରୁ ଜଣା ପଡିଅଛି ଚୋରମାନେ ମୁଖା ପିନ୍ଧି ଏହି କାର୍ଯ୍ୟ କରିଛନ୍ତି । ଅନ୍ୟପଟେ ଏହି ସିରିଜ ଲୁଟ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଅଛି ।

