ବାରିପଦା : ଭାରତୀୟ ଜନତା ମହିଳାମୋର୍ଚ୍ଚା, ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ରାଷ୍ଟ୍ରୀୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଭାନତି ଶ୍ରୀନିବାସନ ଆକ୍କା ଙ୍କ ନିର୍ଦେଶ କ୍ରମେ ପଶ୍ଚିମ ମୟୁରଭଞ୍ଜ ଜ଼ିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ସୋନାଲି ବିଜୟଲଷ୍ମୀ ମହାନ୍ତ ଙ୍କ ନେତୃତ୍ୱ ରେ କେନ୍ଦ୍ରୀୟ ବଜେଟ ୨୦୨୬ ମହିଳା ସମାବେଶ ବାରିପଦା ଷ୍ଟାଡିୟମ ର ସମ୍ମିଳନୀ କକ୍ଷ ରେ ଆଜି ଅନୁଷ୍ଠିତ ହୋଇଯାଇଛି | ଏହି ସମାବେଶ ରେ ରାଜ୍ୟସଭାନେତ୍ରୀ ଡ଼କ୍ଟର ଐଶ୍ୱରିୟା ବିଶ୍ୱାଳ ଙ୍କ ସହିତ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ , ରାଜ୍ୟ ମହିଳାମୋର୍ଚ୍ଚା ସଂଯଜିକା ରତ୍ନପ୍ରଭା ପଣ୍ଡା, କୌଶଲ୍ୟା ନାୟକ ,ଦୁଇ ସାଙ୍ଗଠନିକ ଜ଼ିଲ୍ଲା ସଭାପତି ନିହାର ରଞ୍ଜନ ମୋଦି, ଜୁରିଲାଲ ମହାନ୍ତ, ଜ଼ିଲ୍ଲାର ମହିଳାମୋର୍ଚ୍ଚା ସଭାନେତ୍ରୀ ସୋରାଜିନୀ କିସ୍କୁ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟା ତଥା ଉଦଳା NAC ଚେୟାରମ୍ୟାନ ପ୍ରମିଳା ପଣ୍ଡା , ପୂର୍ବତନ ଜ଼ିଲ୍ଲାପରିଷଦ ଅଧ୍ୟାକ୍ଷା ସୁଜାତା ମୁର୍ମୁ, ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥି ଏବଂ SHG ମହିଳା ନେତୃମଣ୍ଡଳୀ ଯୋଗଦାନ କରିଥିଲେ | ସମସ୍ତେ ବଜେଟ ବିଷୟରେ ନିଜ ନିଜ ର ମତ ପ୍ରକାଶ କରିବା ସହିତ ଏହି ବଜେଟ୍ କିପରି ମହିଳା, ଛାତ୍ରୀ, ମଧ୍ୟବିତ୍ତ, ଓ କୃଷକ ଙ୍କୁ ଅଧିକ ଲାଭାନ୍ୱିତ କରିବ ଏହି ବିଷୟ ରେ ଆଲୋଚନା କରା ଯାଇଥିଲା |

