IMG 20260205 WA0185

ଧର୍ମପରାୟଣା ମହିଳାଙ୍କ ପରଲୋକ 

ରାଜ୍ୟ
ବାରିପଦା : ଧର୍ମପରାୟଣା ମହିଳା ଶାରଦା ମଲ୍ଲିକ ୯୨ ବର୍ଷ ବୟସରେ ସ୍ଥାନୀୟ ଜୟା ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି I ବାରିପଦା ମୁନିସିପାଲିଟି ଅନ୍ତର୍ଗତ ଲାଳବଜାର ସ୍ଥିତ ବିଶିଷ୍ଟ ଫୁଟବଲ ଖେଳାଳି ପରେଶ ଦାସ ତଥା ବିଶିଷ୍ଟ ବେଡ଼ମିଣ୍ଟନ ସାଧୁ ଚରଣ ଦାସ ଖେଳାଳିଙ୍କ ବଡ଼ ଭଉଣୀ ଶାରଦା ରାଇରଙ୍ଗପୁର ନିକଟସ୍ଥ ମହୁଲଡିହା ଗ୍ରାମରେ ସ୍ବର୍ଗତ ପ୍ରଭାକର ମଲ୍ଲିକଙ୍କୁ ୧୯୫୩ ମସିହାରେ ବିବାହ କରିଥିଲେ I ମହୁଲଡିହା ନିକଟସ୍ଥ କନ୍ୟାଶ୍ରମରେ କିଛି ବର୍ଷ ଶିକ୍ଷକତା କରିଥିଲେ I ସେ ଜଣେ ଧର୍ମପରାୟଣା, ସ୍ନେହୀ ଓ ପରପୋକାରୀ ମହିଳା ଭାବେ ବେଶ ପରିଚିତ ଥିଲେ I ଗୀତା ଭାଗବତ ଉପରେ ତାଙ୍କର ବେଶ ଜ୍ଞାନ ଥିଲା I ମୃତ୍ୟୁ ବେଳକୁ ତାଙ୍କର ୩ ପୁତ୍ର, ୪ କନ୍ୟା, ପୁତ୍ରବଧୂ, ଜ୍ୱାଇଁ ଓ ନାତି ମାନେ ଉପସ୍ଥିତ ଥିଲେ I ଜ୍ୟେଷ୍ଠ ପୁତ୍ର ପଙ୍କଜ ମଲ୍ଲିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅବସର ନେଇଛନ୍ତି I ରାଇରଙ୍ଗପୁର ଶ୍ମାଶନ ଘାଟରେ ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ l
Shrutilipi ad