IMG 20260201 WA0214

୧୨ରେ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ସମୂହଙ୍କ ପକ୍ଷରୁ ସର୍ବଭାରତୀୟ ସାଧାରଣ ଧର୍ମଘଟ

ରାଜ୍ୟ
୧୨ ଫେବୃଆରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ ସଫଳ କର… ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ସମୂହ, ମୟୂରଭଞ୍ଜ
ବାରିପଦା : ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ ଓ ଆଇନ୍ ର ପ୍ରତ୍ୟାହାର, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା, ସ୍କିମ ଓରକର ଯଥା ଅଙ୍ଗନବାଡି, ଆଶା, ପାଚିକା, ଗ୍ରାମ ପଞ୍ଚାୟତ କର୍ମଚାରୀ କୁ ଶ୍ରମିକ ମାନ୍ୟତା, ମାସିକ ୨୮ ହଜାର ଟଙ୍କା ସର୍ବନିମ୍ନ ମଜୁରୀ ଲାଗୁ, ଶ୍ରମିକ ବିରୋଧୀ ଶ୍ରମ ଶକ୍ତି ନୀତି ୨୦୨୫ ର ପ୍ରତ୍ୟାହାର, ରାଷ୍ଟ୍ରୀୟ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ବନ୍ଦ, ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୫ ର ବାତିଲ, ରାଜ୍ୟରେ ଶ୍ରମ ଦିବସ ଓ ମହିଳାମାନଙ୍କୁ ରାତ୍ରୀକାଳୀନ କାର୍ଯ୍ୟାଦେଶ ବାତିଲ୍, ପୁରୁଣା ପେନସନ ସ୍କିମର ପ୍ରଚଳନ, ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା,ଭି.ବି.ଜି.ରାମ୍.ଜି ଆଇନ୍ ୨୦୨୫ ର ପ୍ରତ୍ୟାହାର, ନିର୍ମାଣ ଶ୍ରମିକଙ୍କ ବହୁବିଧ ସମସ୍ୟାର ସମାଧାନ ଇତ୍ୟାଦି ଅନ୍ୟାନ୍ୟ ଦାବିରେ ଆସନ୍ତା ଫେବୃଆରୀ ୧୨ ତାରିଖରେ ଦେଶର ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ସମୂହଙ୍କ ପକ୍ଷରୁ ସର୍ବଭାରତୀୟ ସାଧାରଣ ଧର୍ମଘଟ ଅନୁଷ୍ଠିତ ହେବ। ଏହି ଧର୍ମଘଟକୁ ଜିଲ୍ଲାରେ ସଫଳ କରିବା ପାଇଁ ଆଜି ମୟୂରଭଞ୍ଜ ପରିବହନ ଶ୍ରମିକ ସଂଘ କାର୍ଯ୍ୟାଳୟ, ବାରିପଦାଠାରେ ଆଇ ଏନ୍ ଟି ୟୁସି, ଏଆଇଟିୟୁସି,ସିଆଇଟିୟୁ ,ଏଆଇୟୁଟିୟୁସି,ଏଚ୍ ଏମ୍ ଏସ ର ମିଳିତ ବୈଠକ ସାଥୀ ରବି ଗୋସ୍ୱାମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି।
   ପ୍ରାରମ୍ଭରେ ବରିଷ୍ଠ ଶ୍ରମିକ ନେତା ତଥା ଏଆଇଟିୟୁସି ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ଧର୍ମଘଟ ସମ୍ପର୍କିତ ବିବରଣୀରେ ପୁଞ୍ଜିପତିଙ୍କ ଦ୍ୱାରା ପରିଚାଳିତ ସାମ୍ପ୍ରଦାୟିକ ଏକଛତ୍ରବାଦୀ ବିଜେପି -ଏନଡିଏର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ, କୃଷକ, କର୍ମଚାରୀ ସର୍ବୋପରି ସାଧାରଣ ମଣିଷଙ୍କ ଉପରେ ଚଳାଇଥିବା ଆକ୍ରମଣର ପ୍ରତିବାଦ ଓ ଅଧିକାର ନେଇ ଆଗାମୀ ଧର୍ମଘଟ ବୋଲି ସୂଚନା ଦେଇଛନ୍ତି। ବୈଠକରେ ଉପସ୍ଥିତ ବିଭିନ୍ନ ସଂଗଠନର ନେତୃତ୍ୱ ଓ କର୍ମୀଙ୍କ ବିସ୍ତୃତ ଆଲୋଚନା ପରେ ଏହି ଧର୍ମଘଟକୁ ଜିଲ୍ଲାର ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିସ୍ତାରିତ କରିବାକୁ ସର୍ବସମ୍ମତ ହୋଇ, ଆବଶ୍ୟକୀୟ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ବନ୍ଦ ରଖି ଧର୍ମଘଟକୁ ସଫଳ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଯାଇଛି। ଏହି ପରିପ୍ରେକ୍ଷୀରେ ଉପଖଣ୍ଡ ଓ ବ୍ଲକ୍ ସ୍ତରୀୟ ପଥପ୍ରାନ୍ତ ସଭା ସହ ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ୩ ରେ ଯଶିପୁର,୭ ରେ କରଞ୍ଜିଆ,୯ ରେ ରାଇରଙ୍ଗପୁର,୧୦/୧୧ ବାରିପଦା ଧାର୍ଯ୍ୟ ହୋଇଥିବା ବେଳେ ଅନ୍ୟ ଅଞ୍ଚଳଗୁଡ଼ିକର ତାରିଖ ସ୍ଥାନୀୟ ନେତୃତ୍ୱ ସ୍ଥିର କରି ତୁରନ୍ତ ଜଣାଇବେ ବୋଲି ସୂଚନା ଦିଆଯାଇଅଛି l
ଆଜିର ଏହି ପ୍ରସ୍ତୁତି ବୈଠକରେ ଆଇଏନ୍ ଟି ୟୁସିସି ପକ୍ଷରୁ ସର୍ବଶ୍ରୀ ଶାନ୍ତନୁ କୁମାର ପାଲ୍, ଏଆଇଟିୟୁସି ପକ୍ଷରୁ କାହ୍ନୁଚରଣ ବେହେରା, ହୃଷିକେଶ ସାହୁ,ସିଆଇଟିୟୁ ପକ୍ଷରୁ ରଘୁନାଥ ପଣ୍ଡା,ମୋଟର ପରିବହନ ସଂଘ ପକ୍ଷରୁ ଗଂଗାଧର ସାମଲ, ସୁବାସ ଚନ୍ଦ୍ର ତ୍ରିପାଠୀ, ମନୋରଞ୍ଜନ ପରିଡ଼ା, ଅଶୋକ ଭଞ୍ଜଦେଓ, ଆଶାକର୍ମୀ ସଂଗଠନ ପକ୍ଷରୁ ଅକ୍ଷୟ ଖୁଣ୍ଟିଆ, ବିଏସ୍ଏନ୍ଏଲ୍ ପକ୍ଷରୁ କ୍ଷିତିଶ ସାସମଲ, ପାଚିକା ସଂଘର(ସିଟୁ) ସେକ୍ ରିଜୁଆନ, ଅଖିଳ ଭାରତୀୟ କୃଷକ ସଭାରୁ ପରମେଶ୍ବର ମହାନ୍ତ,ଇପିଏଫ୍ ପେନସନ ସଂଘ ରୁ ମଦନମୋହନ ଜେନା, ଗୋପାଳ ଚନ୍ଦ୍ର ଦାସ, କୁଳମଣି ପାତ୍ର, ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ରୁ ପୂର୍ଣିମା ପଣ୍ଡା, ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ମହେଶ୍ୱର ବେହେରା, ପ୍ରଫୁଲ୍ଲ କୁମାର ମହାନ୍ତି, ଭାରତୀୟ ଖେତ ମଜଦୂର ସଂଘର ରୂପେଇ ମାଝୀ, ଅଖିଳ ଭାରତୀୟ କୃଷକ ସଭାରୁ ପରମେଶ୍ବର ମହାନ୍ତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Shrutilipi ad