ବାରିପଦା: ଆଗକୁ ଆସୁଛି ପାର୍ବଣ ଋତୁ । ଏବେଠାରୁ ସହର ରୁ ଗାଁ ସବୁଠି ଚଳ ଚଞ୍ଚଳ l ଏହାକୁ ଦେଖି ଲୁଟେରା ମାନେ ବି ସକ୍ରିୟ ହୋଇ ଉଠିଛନ୍ତି । ଆଜି ଶନିବାର ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖ ରାସ୍ତାରୁ ଦୁଇ ଦୁବୃର୍ତ୍ତ ସଂନ୍ଧ୍ଯା ୭ ଟା ପାଖାପାଖି ସମୟରେ ଦମ୍ପତ୍ତି ସୁଶାନ୍ତ ମହାନ୍ତ ଏବଂ ତାଙ୍କ ପତ୍ନୀ ସତ୍ୟବତୀ ମହାନ୍ତ ଏକ ସ୍କୁଟିରେ ଯାଉଥିବା ସମୟରେ ଏକ ଦୃତଗତିରେ ବାଇକରେ ଦୁଇ ଲୁଟେରା ବିନା ହେଲମେଟ ରେ ପଛରୁ ଆସି ମହିଳାଙ୍କ ଚେନ କୁ ଟାଣି କିଛି ଅଂଶ ଛିଡାଇ ନେଇଗଲେ ।
ଚେନ ଛିଡାଇଵାଵେଳେ ମହିଳା ଜଣକ ଜାଣିପାରି ଚେନଟିକୁ ମୁଠାଇ ଧରିଥିବା ବେଳେ ଚେନର କିଛି ଅଂଶ ଛିଡାଇ ନେଇ ଦୃତ ଗତିରେ ଦୁବୃତ୍ତ ଖସି ପଳାଇଥିଲେ । ଦୁବୃର୍ତ୍ତମାନେ ଚେନ ଟାଣୁଥିବା ସମୟରେ ସ୍କୁଟିରୁ ମହିଳା ଖସି ପଡ଼ିଥିଲେ l ମାତ୍ର ଅଳ୍ପକେ ରକ୍ଷା ପାଇଲେ । ସର୍ଵ ସମ୍ମୁଖରେ ତଥା ଥାନା ନିକଟରୁ ଅନତିଦୂରରେ ଏଭଳି ଘଟଣା ଘଟୁଛି ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।।ସହରର ଅପରାଧିକମାମଲା, ଛିନତାଇ , ଲୁଟେରା ଦିନକୁ ଦିନ ବୃଦ୍ଧି ପାଉଛି । ସହରରେ ସବୁଠି ସି ସି କ୍ୟାମେରା ଲାଗିନଥିବାରୁ ଅସାମାଜିକ ଲୋକେ ଅନାୟସରେ ଅପରାଧିକ କାର୍ଯ୍ଯ କରି ଖସି ପଳାଉଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଅଛି l
