IMG 20260128 WA0182

୫ ଦିନ କାର୍ଯ୍ୟ ଦିବସ ଦାବିରେ ୟୁନାଇଟେଡ଼ ଫୋରମ୍ ଅଫ ବ୍ୟାଙ୍କ ୟୁନିଅନର ଧର୍ମଘଟ

ରାଜ୍ୟ
ବାରିପଦା : ମାସର ସମସ୍ତ ଶନିବାର ତଥା ସପ୍ତାହରେ ୫ ଟି କାର୍ଯ୍ୟ ଦିବସ  ନେଇ ଦିର୍ଘ ୨ ବର୍ଷ ହେଲା ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ସରକାରଙ୍କୁ ଲିଖିତ ଅନୁରୋଧ କରାଯାଇଥିବାବେଳେ ସରକାର ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।କିନ୍ତୁ ଆଜିଯାଏଁ ସରକାର ଏହାକୁ ଅଣଦେଖା କରିବାରୁ ମଙ୍ଗଳବାର ଦିନ ସାରା ଦେଶରେ ବ୍ୟାଙ୍କ ସଂଘ ତରଫରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଵିଭିନ୍ନ ବ୍ୟାଙ୍କ ଏସବିଆଇ,ବ୍ୟାଙ୍କ ଅଫ୍ ଇଣ୍ଡିଆ,ପିଏନବି,ବ୍ୟାଙ୍କ ଅଫ୍ ବରୋଦା ତଥା ସମସ୍ତ ୧୨ ଟି ରାଷ୍ଟ୍ରାୟତ ଵ୍ଯାଙ୍କ କର୍ମଚାରୀ ମିଳିତ ଭାବେ ଆନ୍ଦୋଳନରେ ସାମିଲ ହୋଇ ପ୍ରତିକ ଧର୍ମଘଟ କରିଥିଲେ ।ସୂଚନାଯୋଗ୍ୟ ବର୍ତ୍ତମାନ ବ୍ୟାଙ୍କ ଗୁଡ଼ିକରେ ମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ରହିଛି , କିନ୍ତୁ ମାସର ସବୁ ଶନିବାର ଛୁଟି କରିବା ପାଇଁ ସଂଘ ପକ୍ଷରୁ ଦାଵୀ କରାଯାଇଅଛି ।ଦୁଇ ଦିନିଆ ଛୁଟି ଆରଵିଆଇ, ଏଲଆଇସି, ଜିଆଇସି ଭଳି ଆର୍ଥିକ ସଂସ୍ଥାଗୁଡିକ କ୍ଷେତ୍ରରେ ସମ୍ପ୍ରତି କାର୍ଯ୍ୟକାରୀ ହୋଇଛି ।କେନ୍ଦ୍ର ସରକାରଙ୍କ ଅଧିକାଂଶ କାର୍ଯ୍ୟାଳୟ ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ ।ସେହିଭଳି ଷ୍କକ ଏକ୍ସଚେଞ୍ଜ ଗୁଡିକ  ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ ।ତେଣୁ ସରକାର ବ୍ୟାଙ୍କ ଗୁଡିକ ସୋମବାର ରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଅନୁମତି ଦିଅନ୍ତୁ ବୋଲି ସଂଘର ନେତୃବୃନ୍ଦ ଦାଵି କରିଛନ୍ତି ।ଏହି ଆନ୍ଦୋଳନରେ ଵ୍ଯାଙ୍କ ଅଫ ଇଣ୍ଡିଆ  ସହ ସଂପାଦକ ସୁରାଇ ମୁର୍ମୁ, ବୀରେନ୍ଦ୍ର ମାଝୀ, ଶଙ୍କର ଵେହେରା, ସିଂକୁ ଭୂଷଣ ନାଏକ, କେ ସିଂ ହେମ୍ବ୍ରମ, ଲାଧରା ପୂର୍ତ୍ତି, ରଞ୍ଜନ ବେହେରା ଙ୍କ ସମେତ ବହୁ ବ୍ୟାଙ୍କ କର୍ମଚାରୀ ପ୍ରମୁଖ ଧର୍ମଘଟରେ ସାମିଲ ହୋଇଥିଲେ ।
Shrutilipi ad