ବାରିପଦା: ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ ୧୫ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ଠାରେ ତ୍ରିରଙ୍ଗା କ୍ଲବର ବାର୍ଷିକ ଉତ୍ସବ ପାଳନ ଅବସରରେ ଆୟୋଜିତ ୬ ଦିନିଆ ମକର ମହୋତ୍ସବ – ୨୦୨୬ ର ଉଦଯାପନୀ ସନ୍ଧ୍ୟାରେ ଆକର୍ଷଣୀୟ ଝୁମର ନୃତ୍ୟ ଗୀତରେ ଝୁମିଲେ ଦର୍ଶକ I ପ୍ରାୟ ୫୦ କୃତୀ ପ୍ରତିଯୋଗୀ ପୁରସ୍କୃତ ହେଲେ I ଜାତୀୟ କନିଷ୍ଠ ବର୍ଗ କାରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ସ୍ଥାନୀୟ ଅଂଚଳର ଦୁଇ କୁନି ପ୍ରତିଭା ସୂର୍ଯ୍ୟକାନ୍ତ ପାଲ ଓ ଦୀପକ କୁଁଅରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ସିନିୟର ଗ୍ରୁପରେ ଚମ୍ପିୟାନ ହୋଇଥିବା ଘନପ୍ରଭା ବାଗଙ୍କୁ ପୁରସ୍କୃତ କରାଯାଇଥିଲା I ଏହି ୱାର୍ଡରେ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୂର୍ବତନ ପ୍ରଧାନ ଶିକ୍ଷକ ସୋମନାଥ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I କ୍ଲବର ସଭାପତି ଆଲୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ ତ୍ରିରଙ୍ଗା କ୍ଲବ ଦ୍ୱାରା ଆୟୋଜିତ ୬ ଦିନିଆ ମକର ମହୋତ୍ସବ ସ୍ଥାନୀୟ ଅଂଚଳବାସୀଙ୍କୁ ଏକତାର ଡୋରିରେ ବାନ୍ଧି ରଖିଛି ବୋଲି ପ୍ରକାଶ କରିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି କ୍ରୀଡା ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ମକର ମହୋତ୍ସବର ଭୂମିକା ଉପରେ ଆଲୋକପାତ କରିଥିଲେ ତଥା ଖେଳପଡ଼ିଆ ଓ ସାଂସ୍କୃତିକ ମଞ୍ଚର ଉନ୍ନତିକରଣ ଯଥାଶୀଘ୍ର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ I ଅନ୍ୟତମ ଅତିଥି ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି ଏହି ମହୋତ୍ସବର ଉତ୍ତରୋତର ଉନ୍ନତି କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଅମର କୁମାର ସେଠି, କାଉନସିଲର ଅନନ୍ତ ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ, କ୍ଲବର ଉପ ସଭାପତି ରବୀନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ବିଶ୍ୱରଂଜନ ବାଗ ଓ ବରିଷ୍ଠ ସଦସ୍ୟ ଲିଟନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ମଳୟ ଦତ୍ତ ଓ ଉମେଶ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଶେଷରେ ଉପ ସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I ଭିମା ସେନାପତି, ସାଗର ବେହେରା, ଵିଶାଲ ଖମାରି, ସଂଜୀବ ମାର୍ଣ୍ଡି, ନବ କିଶୋର ଗିରି, ତପନ ସେନାପତି, ମିଥୁନ ମାଣ ଓ ଅଭୟ ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

