IMG 20260120 WA0194

ତ୍ରିରଙ୍ଗା କ୍ଲବର ମକର ମହୋତ୍ସବ; ୨ୟ ସନ୍ଧ୍ୟାରେ ସମ୍ବର୍ଦ୍ଧିତ ହେଲେ କୁନି ପ୍ରତିଭା ରୋହିତ

ରାଜ୍ୟ
ବାରିପଦା   ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ ୧୫ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ଠାରେ ତ୍ରିରଙ୍ଗା କ୍ଲବର ବାର୍ଷିକ ଉତ୍ସବ ପାଳନ ଅବସରରେ ଆୟୋଜିତ ୬ ଦିନିଆ ମକର ମହୋତ୍ସବ – ୨୦୨୬ ର ୨ୟ ସନ୍ଧ୍ୟାରେ ଆକର୍ଷଣୀୟ ନୃତ୍ୟଗୀତ କାର୍ଯ୍ୟକ୍ରମ ସହିତ ପ୍ରାୟ ୮୦ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି I ତତସହିତ ଜାତୀୟ ୧୭ ବର୍ଷରୁ କମ ତୀରନ୍ଦାଜ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ରୋହିତ କୁମାର ମାର୍ଣ୍ଡିଙ୍କୁ “କୁନି ପ୍ରତିଭା ସମ୍ମାନ”ରେ ସମ୍ବର୍ଦ୍ଧିତ କରାଯାଇଥିଲା I ଜୁନିୟର ଗ୍ରୁପର ବାଳିକା ବିଭାଗରେ ଚମ୍ପିୟାନ ହୋଇଥିବା ଲିଜା ଗୋଛାୟତ ତଥା ବ୍ୟାଡ଼ମିଣ୍ଟନର ଯୁଗ୍ମ ଚାମ୍ପିୟନ କ୍ରିତୀମୟ ମୁଖି ଓ ସ୍ମୃତିରଞ୍ଜନ ସ୍ୱାଇଁ ଏବଂ ଶରତ ରଣା ଓ ସୌମ୍ୟକାନ୍ତ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା I କ୍ଲବର ସଭାପତି ଆଲୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ପୁରସ୍କାର ବିତରଣ କରିବା ସହ ମକର ଉତ୍ସବ ପାଳନ ଅବସରରେ ବିଭିନ୍ନ ଖେଳାକୁଦ କରି ପ୍ରତିଭା ମାନଙ୍କୁ ଉତ୍ସାହିତ କରୁଥିବାରୁ କ୍ଲବର ଉଦ୍ୟମର ପ୍ରଶଂସା କରିଥିଲେ I ସମ୍ମାନିତ ଅତିଥି ଭାବେ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, ବରିଷ୍ଠ ସାମ୍ବାଦିକ କବି ବିଷ୍ଣୁ ଶତପଥି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ମୟୁରଭଞ୍ଜ ଓ ମକର ଉତ୍ସବ ଉପରେ ଆଲୋକପାତ କରିବା ସହ ବାରିପଦା ସହରରେ ଦୀର୍ଘ ବର୍ଷ ଧରି ମକର ମହୋତ୍ସବ ପାଳନ ଅବସରରେ କୁନି ପ୍ରତିଭା ମାନଙ୍କୁ ଉତ୍ସାହିତ କରୁଆସୁଥିବା ତ୍ରିରଙ୍ଗା କ୍ଲବର ଉଦ୍ୟମକୁ ପ୍ରଶଂସା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ୧୫ ନଂ ୱାର୍ଡ କାଉନସିଲର ନିରୁପମା ମହାନ୍ତି, କ୍ଲବର ଉପ ସଭାପତି ରବୀନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ବିଶ୍ୱରଂଜନ ବାଗ ବରିଷ୍ଠ ସଦସ୍ୟ ଲିଟନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ଶିକ୍ଷକ ସୋମନାଥ ସିଂହ ଓ ମଳୟ ଦତ୍ତ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଶେଷରେ ଉପ ସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I
Shrutilipi ad