Zz

ଛେନା ବୋଝେଇ ଅଟୋରେ ଦୁର୍ବୃତ୍ତର ତାଣ୍ଡବ : ଏକ କୁଇଣ୍ଟାଲ ଛେନାକୁ ଫିଙ୍ଗିଦେଲା

ରାଜ୍ୟ

ଭୁବେନଶ୍ବର : ଛେନା ବୋଝେଇ ଅଟୋରେ ଦୁର୍ବୃତ୍ତ ତାଣ୍ଡବ ରଚିଛି। ଏକ କୁଇଣ୍ଟାଲ ଛେନାକୁ ଦୁର୍ବୃତ୍ତ ଫିଙ୍ଗି ଦେଇଛି। ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫ଟା ସମୟରେ ନିମାପଡାରୁ ଯାତ୍ରୀବାହୀ ଅଟୋ ଏକ କ୍ବିଣ୍ଟାଲ ଦୁଗ୍ଧ ଛେନା ବିକ୍ରି ପାଇଁ ବାହାରିଥିଲା। ନିମାପଡା ଥାନା ଅନ୍ତର୍ଗତ ତେରୁଣ୍ଡିଆ ପଞ୍ଚାୟତର ଜାଗେଶ୍ବରପୁର ଗ୍ରାମର ଛେନା ବ୍ୟବସାୟୀ କୃଷ୍ଣଚନ୍ଦ୍ର ବେହେରା ଏକ କୁଇଣ୍ଟାଲରୁ ଅଧିକ ଛେନା ନେଇ ବ୍ୟବସାୟ ଉଦ୍ଦେଶ୍ୟରେ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ।
ନିମାପଡା-ପିପିଲି ରାସ୍ତାର ଶାଳଜଙ୍ଗ ମଠ ପାଖରେ ଜଣେ ଦୁର୍ବୃତ୍ତ ପୁର୍ବରାଗ ରଖି ଅଟୋକୁ ଅଟକାଇ ଥିଲା। ଏହା ପରେ ଛେନା ଗଣ୍ଠିଲି ଗୁଡ଼ିକୁ ଧାରୁଆ ଅସ୍ତ୍ରରେ କାଟିଥିଲା। ଫଳରେ ଛେନା ଗାଣ୍ଠିଲିଗୁଡ଼ିକ ନଷ୍ଟ କରିଦେଇଥିଲା। ଛେନା ଗୁଡ଼ିକ ରାସ୍ତାସାରା ବିକ୍ଷିପ୍ତ ହୋଇ ପଡ଼ିଥିଲା।
କୃଷ୍ଣଚନ୍ଦ୍ର ପାତ୍ର ଏନେଇ ବଳଙ୍ଗା ପୁଲିସକୁ ଖବର ଦେଇଥିଲେ। ବଳଙ୍ଗା ଥାନା ଏସ୍‌ଆଇ କେଦାର ଚନ୍ଦ୍ର ଦୋରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ୍ ତଦନ୍ତ ଜାରି ରଖିଥିବା ଜଣାପଡିଛି।