IMG 20260119 WA0202

ପ୍ରେମକାଲ ଯୋଗ ମନ୍ଦିରର ୨ୟ ବାର୍ଷିକ ଉତ୍ସବରେ ୧୦୮ ଚକ୍ର ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା 

ରାଜ୍ୟ
ବାରିପଦା : ସୂର୍ଯ୍ୟ ନମସ୍କାର ଏକ ସ୍ୱାସ୍ଥ୍ୟୋପଯୋଗୀ ଯୋଗ । ଏହାଦ୍ୱାରା ମଣିଷର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶ ହୋଇଥାଏ I ଦେବେନ୍ଦ୍ରପୁର ସ୍ଥିତ ପ୍ରେମକାଲ ଯୋଗ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ଯୋଗାଚାର୍ଯ୍ୟ ରାକେଶ ମହାନ୍ତଙ୍କ ତତ୍ତ୍ଵାବଧନରେ ରବିବାର ଦିନ ବାରିପଦା ଷ୍ଟାଡିୟମରେ ୧୦୮ ଚକ୍ର ସୂର୍ଯ୍ୟ ନମସ୍କାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ସଚ୍ଚିଦାନନ୍ଦ ଗୁରୁକୁଳର ଅଧ୍ୟକ୍ଷ ଅଜିତ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିନ୍ମୟ ମିଶନ, ବାରିପଦାର ଆଚାର୍ଯ୍ୟ ସ୍ବାମୀ ଗୋବିନ୍ଦାନନ୍ଦ ସରସ୍ୱତୀ, ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିଷ୍ଣୁକବି ଶତପଥି, ସମାଜସେବୀ ଅମର ସେଠୀ, ଅବସରପ୍ରାପ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ଦୁର୍ଗାପ୍ରସାଦ ମିଶ୍ର, ସମାଜସେବୀ ନିରୋଜ ପୋଥାଳ ପ୍ରମୁଖ ଉପସ୍ଥିତ ରହି ସୂର୍ଯ୍ୟ ନମସ୍କାରର ଉପକାରିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ଉକ୍ତ ପ୍ରତିଯୋଗିତାରେ ୧୨୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଆଜି ଦେବେନ୍ଦ୍ରପୁର ପ୍ରେମକାଲ ଯୋଗମନ୍ଦିରରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆଜାମଗଡ , ଉତ୍ତରପ୍ରଦେଶର ବୈଦିକ ଯୋଗ ଆଶ୍ରମର ମୁଖ୍ୟ ସ୍ବାମୀ ନରେନ୍ଦ୍ର ଜୀ, ସମ୍ମାନୀୟ ଅତିଥି ଭାବେ ଉକ୍ତ ଆଶ୍ରମର  ଯୋଗାଚାର୍ଯ୍ୟ ସୁମିତ କୁମାର, ଅଘେଶ୍ୱର୍ ଭଗବାନ ରାମ ଅନୁସନ୍ଧାନ କେନ୍ଦ୍ର, ବନାରସର ଡାକ୍ତର ଦିନେଶ କୁମାର ଝା, ସାମ୍ବାଦିକ ସଞ୍ଜୟ ଚୌଧୁରୀ ଓ ମୁଖ୍ୟ ବକ୍ତା ଭାବେ କାଶୀ, ଉତ୍ତରପ୍ରଦେଶର ଯୋଗାଚାର୍ଯ୍ୟ ବିଜେନ୍ଦ୍ର ଶାସ୍ତ୍ରୀ ଯୋଗଦେଇ ୫୪ ଚକ୍ର ଓ ୧୦୮ ଚକ୍ର ସୂର୍ଯ୍ୟ ନମସ୍କାର ସମ୍ପୂର୍ଣ୍ଣ କରିଥିବା ସମସ୍ତ ବିଜେତା ମାନଙ୍କୁ ମେଡାଲ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ରେଣୁବାଳା ରଥ ଓ ପ୍ରଭାତ ଚନ୍ଦ୍ର ମହାନ୍ତ ମଞ୍ଚାସିନ ଥିଲେ I ସ୍ବାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ କେନ୍ଦ୍ରର ପିଲାମାନେ ବିଭିନ୍ନ ପ୍ରକାର ଯୋଗାସନ ପ୍ରଦର୍ଶନ କରିଥିବା ବେଳେ ସଚ୍ଚିଦାନନ୍ଦ ଗୁରୁକୁଳର ଛାତ୍ରୀ ଲିପିକା ପଣ୍ଡା ସ୍ଵାଗତ ନୃତ୍ୟ ପ୍ରଦର୍ଶନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମର ପରିଚାଳନାରେ ସଂଜିତ୍ ମହାନ୍ତ, ପଦ୍ମନାଭ ମହାନ୍ତ, ଅମରେନ୍ଦ୍ର ମହାନ୍ତ, ଐଶ୍ୱର୍ଯ୍ୟ ରାଉତ, ମଧୁସ୍ମିତା ରାଉତ, କ୍ରିଷ୍ଣା ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତ , ଜଗବନ୍ଧୁ ମହାନ୍ତ, ଚିନ୍ମୟ ମହାନ୍ତ, ବାଦଲ ମହାନ୍ତ, ସନ୍ଧ୍ୟା ମହାନ୍ତ, ସୁଶାନ୍ତ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।
Shrutilipi ad