ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ତାରିଖ। ମେ’ ୧୫ରୁ ୨୧ ତାରିଖ ଯାଏଁ ଚାଲିବ ପରୀକ୍ଷା। ସକାଳ ୧୦ଟା ୩୦ରୁ ୧ଟା ୩୦ ଯାଏଁ ଚାଲିବ ପରୀକ୍ଷା। ଚଳିତ ବର୍ଷ ପ୍ରଥମ ଥର ସିବିଏସଇ ପକ୍ଷରୁ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ବୋର୍ଡ ପ୍ରଥମ ପରୀକ୍ଷା ଶେଷ ହେଇଯାଇଛି। ଯାହାର ଫଳାଫଳ ମଧ୍ୟ ପ୍ରକାଶ ପାଇ ସାରିଛ। ଚଳିତ ବର୍ଷ ଅନେକ ଭଲ ରେଜଲ୍ଟ କରିଛନ୍ତି ଛାତ୍ରଛାତ୍ରୀ।
ଜାତୀୟ ଶିକ୍ଷା ନୀତି (NEP) ର ସୁପାରିଶ ଅନୁସାରେ, ଏହିବର୍ଷ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପରୀକ୍ଷା ପ୍ରଣାଳୀ ଆରମ୍ଭ କରିଛି। ଏହା ଅନୁସାରେ, ପିଲାମାନେ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଦେବେ। ପ୍ରଥମ ପରୀକ୍ଷା ଫେବୃଆରୀ-ମାର୍ଚ୍ଚ ମାସରେ ହୋଇଥିବାବେଳେ, ଦ୍ୱିତୀୟ ପରୀକ୍ଷା ମେ ମାସରେ ହେବାକୁ ନିର୍ଦ୍ଧାରିତ ହୋଇଛି। ପ୍ରଥମ ପରୀକ୍ଷାକୁ ମୁଖ୍ୟ ପରୀକ୍ଷା ଭାବେ ଗ୍ରହଣ କରାଯାଇଥିବାରୁ, ଛାତ୍ରଛାତ୍ରୀମାନଙ୍କୁ କମ୍ ସେ କମ୍ ତିନୋଟି ବିଷୟରେ ନିଶ୍ଚିତ ଭାବେ ପରୀକ୍ଷା ଦେବାକୁ ପଡିଥିଲା।
