ବାରିପଦା : ୧୯୭୫ ମସିହାରେ ମେଟ୍ରିକ ପାସ କରିଥିବା ଛାତ୍ରମାନେ ସମାଜର ବିଭିନ୍ନ କ୍ଷେତ୍ରରେ ନିଜ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି I ତାଙ୍କ ଦ୍ୱାରା ଗଠିତ ବାସ୍ତବ ପରିବାରର ବାର୍ଷିକ ଉତ୍ସବ ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ବିଜୟ ରାମଚନ୍ଦ୍ରପୁର ସ୍ଥିତ ଗୋବିନ୍ଦମ ଜଙ୍ଗଲ ରିସର୍ଟରେ ଅନୁଷ୍ଠିତ ହୋଇଯାଇଛି I ୨୦୨୫ ମସିହାରେ ପରଲୋକ ଗମନ କରିଥିବା ସାଥି ଡଃ ବାର୍ସା ଟୁଡୁ, କୃଷି ବିଭାଗ ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଦାସ ଓ ପ୍ରାଣୀ ଚିକିତ୍ସା ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଗିରିଜା ଶଙ୍କର ଦାସଙ୍କ ଅମର ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା I ସଭାପତି ରବୀନ୍ଦ୍ର ସାହୁ ସଂଗଠନର ବିଭିନ୍ନ ସେବାମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ I ପ୍ରତିବର୍ଷ ମୟୁରଭଞ୍ଜ ଜିଲ୍ଲାରେ ମେଟ୍ରିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପରୀକ୍ଷାର୍ଥୀଙ୍କୁ ସୁନନ୍ଦନ ସ୍ମୃତି ପୁରସ୍କାର ବାବଦରେ ୧୦ ହଜାର ଟଙ୍କାର ପ୍ରତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଥିଲେ I ସେହିପରି ସୁନନ୍ଦନଙ୍କ ସ୍ମୃତିରେ ଖୁଆଡ଼ ଉଚ୍ଚ ବିଦ୍ୟାଳୟକୁ ୫୦ ହଜାର ଟଙ୍କାର ପୁସ୍ତକ ଏବଂ ଏମ କେ ସି ଉଚ୍ଚ ବିଦ୍ୟାଳୟକୁ ପୁସ୍ତକ ପ୍ରଦାନ କରାଯିବବୋଲି ଶ୍ରୀ ସାହୁ କହିଥିଲେ I ବାସ୍ତବ ପରିବାରର ଜମି ମିଳିବା ପରେ ଗୃହ ନିର୍ମାଣ ପାଇଁ ସମସ୍ତ ବ୍ୟୟ ସଦସ୍ୟ ନନ୍ଦଲାଲ ମିଶ୍ର ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ I ସମ୍ପାଦକ ପ୍ରଦୀପ କିଶୋର ମହାନ୍ତି, ଉପ ସଭାପତି କଲ୍ୟାଣ କୁମାର ସିହ୍ନା, ସହ ସମ୍ପାଦକ ପ୍ରଦୀପ ପାଣିଗ୍ରାହୀ ଓ କୋଷାଧ୍ୟକ୍ଷ୍ୟ ସର୍ବତୋଷ ଦାଶ ବାସ୍ତବ ପରିବାରର ସଫଳତା ପାଇଁ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଥିଲେ I ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଭାବେ ଶାନ୍ତନୁ କୁମାର ପାଢ଼ୀ, ସଭାପତି, ଚକ୍ରଧର ମହାପାତ୍ର ଉପ ସଭାପତି, ଅରୁଣ କୁମାର ପାତ୍ର, ସମ୍ପାଦକ, ଜୟନ୍ତ ସେନାପତି, ସହ ସମ୍ପାଦକ ଏବଂ ସର୍ବତୋଷ ଦାଶ କୋଷାଧ୍ୟକ୍ଷ୍ୟ ଭାବେ ନାମ ଘୋଷଣା କରାଯାଇଥିଲା I

